ପିଜି,ୟୁଜି ସିଲାବସରେ ରହିବ ୨୫ ପ୍ରତିଶତ ସେଲଫ ଷ୍ଟଡି

0 86

ଭୁବନେଶ୍ୱର : ପୋଷ୍ଟ ଗ୍ରାଜୁଏଟ୍ ଏବଂ ଅଣ୍ଡର ଗ୍ରାଜୁଏଟ୍ ରେ ସେଲଫ ଷ୍ଟଡି କରିବା ପାଇଁ ୨୫ % ସିଲାବସରେ ରହିବ । ଆସନ୍ତା ଶିକ୍ଷାବର୍ଷଠାରୁ ଏହା ଲାଗୁ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କରେ ନିଷ୍ପତି ନିଆଯାଇଛି । ଉକ୍ତ ନିଷ୍ପତି ସମ୍ପର୍କରେ ସମସ୍ତ ବିଶ୍ୱ ବିଦ୍ୟାଳୟ ଏବଂ କଲେଜ ମାନଙ୍କୁ ଜଣାଇ ଦିଆଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଏ ନେଇ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ସହଯୋଗ କରିବା ପାଇଁ କୁହାଯାଇଛି । ଅନ୍ଲାଇନ୍ ଓ ଭିଡ଼ିଓ ମାଧ୍ୟମରେ ଶିକ୍ଷାର୍ଥୀମାନେ ଘରେ ରହି ପଢ଼ିପାରିବେ । ମିଡ଼୍ ସେମିଷ୍ଟାର ପରୀକ୍ଷାରେ ୨୫ ପ୍ରତିଶତ ପ୍ରଶ୍ନ ଏହି ସେଲ୍ଫ ଷ୍ଟଡି କୋର୍ସରୁ ଆସିବ ।

Leave A Reply

Your email address will not be published.