ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

0 69

ପିପିଲି, ଡୁମାଣୀଖବର : ପିପିଲି ଥାନା ଅଂଚଳର ଜଣେ ଦଳିତ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଛି । ଘଟଣା ସଂପର୍କରେ ପିପିଲି ଥାନାରେ ପିଡୀତାଙ୍କ ବାପା ଏହି ଅଭିଯୋଗ କରିଛ”ି । ଅଭିଯୋଗ ଅନୁସାରେ, ପିଡୀତାଙ୍କ ବାପା ଓ ମା’ ଶୁକ୍ରବାର ପୂର୍ବାହ୍ନରେ ଘରେ ନଥିଲେ । ତାଙ୍କ ଘରକୁ ପ୍ରତ୍ୟହ ଯିବା ଆସିବା କରୁଥିବା ନିକଟବର୍ତୀ ପିପିଲି ଶାସନ ଗ୍ରାମର ଜଣେ ୪୫ ବର୍ଷିୟ ବ୍ୟକ୍ତି ଘରେ କେହି ନଥିବା ଓ ଏକୁଟିଆର ସୁଯୋଗ ନେଇ ଉକ୍ତ ୧୩ବର୍ଷ ବୟସର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ନାବାଳିକା ଜଣକ ଏହାର ପ୍ରତିବାଦ କରି ପାଟି କରିବାରୁ ଅଭିଯୁକ୍ତ ଉକ୍ତ ନାବାଳିକାର ତଂଟି ଚିପି ମାଡି ବସି ହତ୍ୟା ଉଦ୍ୟମ କରିଥିଲା । ଘଟଣା ସଂପର୍କରେ ଖବର ପାଇ ପିଡୀତାଙ୍କ ବାପା ଘରେ ପହଂଚି ଝିଅ ଠାରୁ ସବୁ ଶୁଣିବା ପରେ ମୂମୂର୍ଷୁ ଅବସ୍ଥାରେ ତାକୁ ପିପିଲି ଡାକ୍ତରଖାନାକୁ ନେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ପିଡୀତାଙ୍କୁ ଭୁବନେଶ୍ୱର ସ୍ଥାନା”ର କରାଯାଇଥିଲା । ପୋଲିସ ଅଭିଯୋଗ ଆଧାରରେ ପୋଲିସ ପିପିଲି ଥାନା କେସ ନଂ.୧୬୫/୨୦୨୦ରେ ଆଇପିସିର ୩୦୭/୩୪୧/୩୨୩/୩୫୪ ଓ ୫୦୬ ଧାରା, ଶିଶୁ ଯୈ÷ାନ ଉତ୍ପୀଡନ ନିରୋଧ ଆଇନର ୮ ଧାରା ଏବଂ ଏସସି ଏସଟି ଆଟ୍ରୋସିଟିଜ ଆକ୍ଟର ୩ ଧାରାରେ ମାମଲା ରୁଜୁ କରିଛି । ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ପିପିଲି ଥାନା ଅଧିକାରୀ ଗୌରାଙ୍ଗ ପୃଷ୍ଟି କହିଛ”ି । ଅନ୍ୟପକ୍ଷରେ ଅଭିଯୁକ୍ତକୁ ତୁର” ଗିରଫ କରିବାକୁ ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଙ୍ଘର ରାଜ୍ୟ ସଭାପତି ବିଜୟ ସେଠୀ ଦାବୀ କରିଛ”ି । ପୁଲିସ ଅଭିଯୁକ୍ତକୁ ଗିରଫ ନକଲେ ମହାସଙ୍ଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛ”ି ।

Leave A Reply

Your email address will not be published.