ରାଣୀ ଜଣେ ଜବରଦସ୍ତ ଅଭିନେତ୍ରୀ : କାଜୋଲ

0 77

ବଲିଉଡ୍ ଷ୍ଟାରମାନେ ପ୍ରାୟତଃ ସୋସିଆଲ୍ ମିଡିଆରେ ନିଜ ପ୍ରଶଂସକଙ୍କ ସହ ଲଗାତାର ସମ୍ପର୍କରେ ଥାନ୍ତି । ସୋସିଆଲ୍ ମିଡିଆରେ ‘ଆସ୍କ ମି ଏନିଥିଙ୍ଗ୍’ ସେସନ୍ ଜରିଆରେ ଷ୍ଟାରମାନେ ଫ୍ୟାନ୍ଙ୍କ ପ୍ରଶ୍ନର ଜବାବ ଦେଇଥାନ୍ତି ଓ ସେମାନଙ୍କ ସହ ପ୍ରତ୍ୟକ୍ଷ ଜଡ଼ିତ ରହିଥିବା ଦେଖାଯାଏ । ନିକଟରେ ଅଭିନେତ୍ରୀ କାଜୋଲ୍ ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ଜଣେ ପ୍ରଶଂସକଙ୍କ ସହ ଏଭଳି ସେସନ୍ସରେ ଭାଗ ନେଇଥିବା ଜଣାଯାଇଛି । ଏଥିରେ ଉକ୍ତ ପ୍ରଶଂସକଙ୍କର ବହୁ ପ୍ରଶ୍ନର ଉତ୍ତର ଦେଇଥିଲେ କାଜୋଲ୍ । କାଜୋଲ୍ଙ୍କୁ ସେ ପ୍ରଶଂସକଜଣକ ପଚାରିଥିଲେ କି ରାଣୀ ମୁଖାର୍ଜୀଙ୍କୁ ଆପଣ ଜଣେ ଅଭିନେତ୍ରୀ ଭାବେ ପସନ୍ଦ କରନ୍ତି? ଏହାର ଉତ୍ତରରେ କାଜୋଲ୍ କହିଥିଲେ କି ରାଣୀ ଖୁବ୍ ଜବରଦସ୍ତ ଅଭିନେତ୍ରୀ । ଏହାବାଦ୍ ନିଜ ଫ୍ୟାମିଲି ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର କାଜୋଲ୍ ଦେବା ସହ ସବୁଠୁ ବେଶୀ ତାଙ୍କ ଝିଅ ନ୍ୟାସାଙ୍କ ବିଷୟରେ କହିଥିଲେ । ସୂଚନାଥାଉକି କାଜୋଲ୍ ଓ ରାଣୀ ମୁଖାର୍ଜୀ ପରସ୍ପର ସମ୍ପର୍କୀୟ ଭଉଣୀ । ତନୁଜା ଓ ସୋମୁ ମୁଖାର୍ଜୀଙ୍କ ଝିଅ କାଜୋଲ୍ ହୋଇଥିବା ବେଳେ ରାମ ମୁଖାର୍ଜୀ ଓ କୃଷ୍ଣା ମୁଖାର୍ଜୀଙ୍କ ଝିଅ ରାଣୀ ଅଟନ୍ତି । ଯଦି ସେମାନଙ୍କ ଫିଲ୍ମ କ୍ୟାରିୟରକୁ ଦେଖିବା ତେବେ ୧୯୯୨ ମସିହାରେ କାଜୋଲ୍ ‘ବେଖୁଦି’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ୍ରେ ପାଦ ଥାପିଥିବାବେଳେ ୧୯୯୭ ମସିହାରେ ‘ରାଜା କି ଆୟେଗୀ ବାରାତ୍’ ଜରିଆରେ ରାଣୀ ବଲିଉଡ୍କୁ ଆସିଥିଲେ । ଉଭୟ ରାଣୀ ଓ କାଜୋଲ୍ ଫିଲ୍ମ ‘କୁଛ କୁଛ ହୋତା ହେ’ରେ କାମ କରିଥିଲେ । ସେଥିରେ ସେମାନଙ୍କର ହିରୋ ଥିଲେ ଶାହାରୁଖ୍ ଖାନ୍ । ଏହି ଫିଲ୍ମଟି ବକ୍ସ ଅଫିସରେ ଜବରଦସ୍ତ ସଫଳତା ହାସଲ କରି ରେକର୍ଡ ସୃଷ୍ଟି କରିଥିଲା ଓ ଉଭୟ କାଜୋଲ୍ ଓ ରାଣୀଙ୍କ ଅଭିନୟକୁ ସବୁଠି ପ୍ରଶଂସା କରାଯାଇଥିଲା ।

Leave A Reply

Your email address will not be published.