ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଶୁଭେଚ୍ଛା ଜଣାଇଲେ ବିପାଶା

0 59

ଆଜି ସାରା ବିଶ୍ୱରେ ଯୋଗ ଦିବସ ପାଳନ କରାଯାଇଛି । ସାରା ବିଶ୍ୱବାସୀ ଏହି ଯୋଗାଭ୍ୟାସ କରି ଖୁସି, ଶାନ୍ତି ଅନୁଭବ କରିଛନ୍ତି । ଯୋଗ ପ୍ରତ୍ୟେକ ଛୋଟବଡ଼ ବ୍ୟକ୍ତିଙ୍କ ଏକ ମୁଖ୍ୟ ଅଂଶ ହୋଇଯାଇଛି । ଲୋକେ ଏହି ଯୋଗ ଦିବସରେ ସକାଳୁ ଉଠି ଯୋଗାଭ୍ୟାସ କରିବା ସହିତ ସେମାନଙ୍କର କିଛି ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ବଲିଉଡ୍ର ପ୍ରାୟ କଳାକାରମାନେ ଏହି ଯୋଗ ଦିବସକୁ ଅତି ଉତ୍ସାହର ସହ ପାଳନ କରିଥିବା ଦେଖାଯାଇଛି । ବିପାସା ବସୁ ଓ ଶିଳ୍ପା ସେଟ୍ଟି ପ୍ରାୟତଃ ଯୋଗଭ୍ୟାସ କରୁଥିବା ନଜିର ରହିଛି । ସେହିପରି ମଲାଇକା ଆରୋରା ବି ଯୋଗକୁ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ବିବେଚନା କରିଥିବା ବହୁ ଆଗରୁ ପ୍ରକାଶ କରିଛନ୍ତି । ଆଜି ଯୋଗ ଦିବସରେ ଅଭିନେତ୍ରୀ ବିପାଶା ବସୁ ନିଜେ ଯୋଗ କରିବା ସହ ଯୋଗ କରିବା ଦ୍ୱାରା କି କି ଫାଇଦା ମିଳିଥାଏ ତାହାକୁ ଟ୍ୱିଟ୍ କରିଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି ଆପଣ ସମସ୍ତଙ୍କୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ହାର୍ଦ୍ଦିକ ଶୁଭକାମନା । ହାଭାର୍ଡର ନୂଆ ଅଧ୍ୟୟନରେ ଜାଣିବାକୁ ମିଳିଛି କି ବାସ୍ତବିକ ଯୋଗ ହିଁ ଆପଣଙ୍କୁ ପ୍ରକୃତ ଶାନ୍ତି ଦେଇଥାଏ । ମୁଁ ପ୍ରତ୍ୟେକ ଦିନ ଯୋଗାଭ୍ୟାସ କରିଥାଏ ବୋଲି ବିପାଶା ଲେଖିବା ସହ ସେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ୍ କରିଛନ୍ତି । ସେହିପରି ଇନ୍ଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ସେ ସମସ୍ତଙ୍କୁ ବଧାଇ ଜଣାଇଛନ୍ତି ।

Leave A Reply

Your email address will not be published.