କୂଅ ଭିତରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

0 68

ଆଠଗଡ, ‘ଡୁମାଣି ଖବର’ ୨୧।୦୬: ଆଠଗଡ ବନଖଣ୍ଡ ଆଠଗଡ ରେଞ୍ଜ ଅନ୍ତର୍ଗତ ବୁଦ୍ଧିଆ ପାଟଣାର ଏକ କୂଅ ଭିତରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ବଜ୍ରକାପ୍ତାଟିର ବୟସ ପ୍ରାୟ ୫ ରୁ ୬ ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ନିକଟସ୍ଥ ଜମଧର ପାହାଡରୁ ଖାଦ୍ୟ ଅନ୍ବେଷଣରେ ଆସି ବଜ୍ରକାପ୍ତାଟି କୂଅ ଭିତରେ ଖସି ପଡିଥିବା ଅନୁମାନ କରାଯାଉଛି । ବନବିଭାଗ ଦ୍ବାରା ଉଦ୍ଧାର କରି ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ନିକଟସ୍ଥ ଜଙ୍ଗଲରେ ଛଡାଯିବ ବୋଲି ଆଠଗଡ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା କହିଛନ୍ତି ।

Leave A Reply

Your email address will not be published.