ସୁପ୍ରିମକୋର୍ଟଙ୍କ ଅନୁମତି, କେବଳ ପୁରୀରେ ବିନା ଭକ୍ତରେ ହେବ ରଥଯାତ୍ରା

0 69

ନୂଆଦିଲ୍ଲୀ: ସବୁ ଆଶା ଓ ଆଶଙ୍କାର ପୂର୍ଣ୍ଣଚ୍ଛେଦ ପଡ଼ିଛି । ଶେଷରେ ସୁପ୍ରିମ୍କୋର୍ଟ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଦେଇଛନ୍ତି ଅନୁମତି । ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ କରିବାକୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍କୋର୍ଟ ଓଡ଼ିଶା ରାଜ୍ୟ ସରକାରଙ୍କୁ ଅନୁମତି ଦେଇଛନ୍ତି । ମାତ୍ର ଏହି ରଥଯାତ୍ରା ପୁରୀ ବ୍ୟତୀତ ଯେଭଳି ଓଡ଼ିଶାର ଅନ୍ୟ କେଉଁଠି ନହୁଏ ସେଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ମଧ୍ୟ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଚଳିତବର୍ଷ କୋଭିଡ୍-୧୯ ମହାମାରୀ ପରିପ୍ରେକ୍ଷୀରେ ପୁରୀରେ ରଥଯାତ୍ରାର ଆୟୋଜନ ହେବ ନାହିଁ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହାର ଅବସାନ ଘଟିଛି । ମମଲାର ଚୂଡ଼ାନ୍ତ ରାୟ ଶୁଣାଇ ମୁଖ୍ୟବି·ରପତି ଜଷ୍ଟିସ୍ ଏସ୍.ଏ. ବୋବଡେ କହିଛନ୍ତି ଯେ ଆମେ କେବଳ ପୁରୀ ପାଇଁ ରଥଯାତ୍ରା ଲାଗି ଅନୁମତି ଦେଉଛୁ । ରାଜ୍ୟର ଅନ୍ୟ କେଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ । ଉଲ୍ଲେଖଯୋଗ୍ୟ, ରଥଯାତ୍ରା ପାଇଁ ପୁରୀରେ ଲକ୍ଷାଧିକ ଭକ୍ତ ସମାଗମ ହେବାର ଆଶଙ୍କା ରହିଥିବାରୁ କୋଭିଡ୍-୧୯ ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ଗତ ଜୁନ୍ ୧୮ ତାରିଖରେ ସୁପ୍ରିମ୍ କୋର୍ଟର ପ୍ରଧାନ ବି·ରପତି ଜଷ୍ଟିସ୍ ଏସ୍ ଏ ବୋବଡେଙ୍କ ନେତୃତ୍ୱାଧୀନ ଏକ ତିନି ଜଣିଆ ଖଣ୍ଡପୀଠ କହିଥିଲେ । ଏଥିସହ ବି·ରପତି ଜଷ୍ଟିସ୍ ଏସ୍ ଏ ବୋବଡେ କହିଥିଲେ, “ସାଂପ୍ରତିକ ପରିସ୍ଥିତିରେ ଯଦି ଆମେ ରଥଯାତ୍ରା ପାଇଁ ଅନୁମତି ଦେଉଛୁ ତେବେ ମହାପ୍ରଭୁ ଜଗନ୍ନାଥ କେବେ ବି ଆମକୁ କ୍ଷମା ଦେବେ ନାହିଁ । ତେବେ, ସୁପ୍ରିମକୋର୍ଟର ଏ ନିର୍ଦ୍ଦେଶର ପୁନଃ ସମୀକ୍ଷା ପାଇଁ ସୁପ୍ରିମ୍ କୋର୍ଟରେ ଏକାଧିକ ରିଭ୍ୟୁ ପିଟିସନ ଆଗତ ହୋଇଥିଲାୟ ଆଜି ସୁପ୍ରିମ୍ କୋର୍ଟର ବି·ରପତି ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ୍ଟଙ୍କ ଜଣିକିଆ ବେଞ୍ଚରେ ରଥଯାତ୍ରା ପ୍ରସଙ୍ଗରେ ମୂଳ ମାମଲା ସହ ଆଦେଶ ମୋଡିଫିକେସନ ଆବେଦନଗୁଡ଼ିକର ଏକାଠି ଶୁଣାଣି ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ଏହି ମାମଲାରେ ରାଜ୍ୟ ସରକାର ପକ୍ଷଭୁକ୍ତ ହୋଇଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଥିଲା । ଆଗତ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ଯଦି ଶ୍ରୀମନ୍ଦିର ପରି·ଳନା ସମିତିର ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପ୍ରସ୍ତାବ କ୍ରମେ କେବଳ ପୁରୀରେ ଜନସାଧାରଣଙ୍କ ଯୋଗଦାନ ବ୍ୟତିରେକେ ରଥଯାତ୍ରା ଅନୁଷ୍ଠିତ ହୁଏ, ତେବେ ରାଜ୍ୟ ସରକାର ଏଥିଲାଗି ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବେ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମ୍କୋର୍ଟରେ ଉପସ୍ଥିତ ରହି ବି·ରପତିଙ୍କୁ କହିଥିଲେ ଯେ ରଥଯାତ୍ରା ପରମ୍ପରା ଶତାବ୍ଦୀ ଶତାବ୍ଦୀ ଧରି ·ଲି ଆସିଛି । ଏହାକୁ ଏପରି ହଠାତ୍ ବନ୍ଦ କରି ଦିଆଯାଇ ପାରିବ ନାହିଁ । ଯଦି ଚଳିତ ବର୍ଷ ରଥଯାତ୍ରାକୁ ବନ୍ଦ ରଖାଯାଉଛି ତେବେ ବିଧି ମୁତାବକ ଶ୍ରୀଜିଉମାନେ ଆଉ ଆସନ୍ତା ୧୨ ବର୍ଷ ପାଇଁ ରଥଯାତ୍ରରେ ବାହାରି ପାରିବେ ନାହିଁଁ । ତେଣୁ, କୋଭିଡ୍- ୧୯ ସଂକ୍ରମଣକୁ ରୋକିବା ପାଇଁ ପୁରୀରେ ଗୋଟିଏ ଦିନ ପାଇଁ କର୍ଫ୍ୟୁ ଜାରି କରାଯାଇ ଭକ୍ତଙ୍କ ବିନା ରଥଯାତ୍ରାର ଆୟୋଜନ କରାଯାଉ ଏବଂ ଭକ୍ତମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ରଥଯାତ୍ରାର ସିଧା ପ୍ରସାରଣ କରାଯାଉ ବୋଲି ସେ ଯୁକ୍ତି ବାଢ଼ିଥିଲେ । ସଲିସିଟର ଜେନେରାଲ ତୁଷାର ମେହାଟ୍ଟଙ୍କ ଏ ଯୁକ୍ତି ଓ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠକୁ ଅନୁଧ୍ୟାନ କରିବା ପରେ ସୁପ୍ରିମ୍ କୋର୍ଟର ବିି·ରପତି ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ୍ଟଙ୍କ ଜଣିକିଆ ବେଞ୍ଚ ଏହି ମାମଲାକୁ ଏକ ବୃହତ୍ତର ଖଣ୍ଡପୀଠକୁ ପଠାଇ ଦେଇଥିଲେ ।

Leave A Reply

Your email address will not be published.