ବନ୍ଧୁକ ମୁୂନରେ ଆତଙ୍କିତ କରୁଥିବା ୨ ଯୁବକ ପୋଲିସ୍ ଦ୍ୱାରା ଗିରଫ

0 82

ଢେଙ୍କାନାଳ , ଡୁମାଣୀଖବର: ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଏବେ ବନ୍ଧୁକ ମୁନରେ ଲୁଟ୍ ହେଉଥିବା ଘଟଣାର ଖବର ପ୍ରସାରିତ ହେଉଥିଲେ ମଧ୍ୟ ଅ୍ପରାଧୀମାନଙ୍କ ଗତିବିଧି ସମ୍ପର୍କରେ ପୋଲିସ୍ର ଉଚିତ ପଦକ୍ଷେପ ନନେବା ଯୋଗୁ ବନ୍ଧୁକ ମୁନରେ ଭୟଭୀତ କରି ଲୁଟ୍ ଘଟଣା ବୃଦ୍ଧି ପାଉଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା କାଇମାଟି ଅଂଚଳରେ । ଏକ ମଦ ଦୋକାନରେ ବନ୍ଧୁକ ମୁନରେ ଭୟଭୀତ କରି ଖସିଯିବାକୁ ଉଦ୍ୟମ କରୁଥିବା ୩ ଯୁବକଙ୍କ ମଧ୍ୟରୁ ପୋଲିସ୍ ୨ ଜଣଙ୍କୁ ଗିରଫ କରିଥିବାର ଜଣାଯାଇଛି । ସୂଚନା ଅନୁଯାୟୀ ସଦର ବ୍ଲକ ଡାହିମାଳ ଅଂଚଳର ଶଶିଭୂଷଣ ମହାନ୍ତି ଢେଙ୍କାନାଳ ସହରର ଦକ୍ଷିଣକାଳୀ ଅଂଚଳର ରଂଜନ ମଲ୍ଲିକ ଅନ୍ୟ ଏକ ଯୁବକଙ୍କ ସହିତ ଏକ ମଟରସାଇକେଲ ଯୋଗେ କାଇମାଟି ଅଂଚଳକୁ ଯାଇଥିଲେ । ସେଠାରେ ଥିବା ବିଦେଶୀ ମଦ ଦୋକାନରେ ମଦ କ୍ରୟ କରୁଥିବା ବେଳେ ମଦ ଦୋକାନୀ ସହ ବଚସା ହୋଇଥିଲା । ବଚସା କ୍ରମେ ତୀବ୍ର ରୂପ ଧାରଣ କରିବାରେ କୌଶଳ କ୍ରମେ ମଦ ଦୋକାନର ଏକ ସେଲସ୍ମ୍ୟାନ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲା । ସୂଚନା ପାଇ ପୋଲିସ୍ ଘଟଣା ସ୍ଥଳରେ ପହଁଚିବା ପରେ ବନ୍ଧୁକ ମୁନରେ ଭୟଭୀତ କରୁଥିବା ଅପରାଧୀମାନେ ଘଟଣା ସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ପୋଲିସ୍ ସେମାନଙ୍କ ପିଛାକରି ଅଭିଯୁକ୍ତ ଶଶିଭୂଷଣ ଓ ରଂଜନକୁ ଗିରଫ କରିଥିବାର ଜଣାଯାଇଛି । ଗିରଫ ବ୍ୟକ୍ତି ମାନଙ୍କ ଠାରୁ ପୋଲିସ୍ ଗୋଟିଏ ବନ୍ଧୁକ ସହ ଜୀବନ୍ତ ଗୁଳି ଓ ୩୦ଟି ହାତବୋମା ଜବତ କରିଥିବାର ସୂଚନା ମିଳିଛି । ପ୍ରକାଶ ଥାଉକି କିଛିଦିନ ପୂର୍ବେ ସଦର ଥାନା ଅଂଚଳରେ ଜଣେ ଯୁବକକୁ ପିଟି ପିଟି ହତ୍ୟା ଘଟଣାର ୭ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ୍ ଅପରାଧୀମାନଙ୍କୁ ଧରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇପଡିଛି ।

Leave A Reply

Your email address will not be published.