ସାରା ବିଶ୍ୱ ପାଇଁ ଚୀନ୍ ଏବେ ବଡ଼ ଭାଇରସ୍

0 79

ଉଗ୍ର ଜାତୀୟତାବାଦ ଓ ସାମରିକ ବିସ୍ତାରବାଦ କମ୍ୟୁନିଷ୍ଟ ପାର୍ଟି ଅଫ ·ଇନା (ସିପିସି) ହାର୍ଡକୋର ନେତାଙ୍କ ନୀତି । ଗଲୱାନ୍ ଘଟଣା ଧମକାଇବା ଲାଗି ଚୀନ୍ର ନିଜ ନୀତି ଓ ଏହାକୁ ଏକ ଉଦାହରଣ ବୋଲି କୁହାଯାଇପାରେ । ଯାହାକୁ ଏବେ ଅଣଦେଖା କରାଯାଇ ପାରିବ ନାହିଁ । ଏହା କ୍ରମେ ସ୍ପଷ୍ଟ ହେଉଥିବା ବେଳେ ସମୁଦ୍ରରେ ଉଗ୍ର ପଦକ୍ଷେପ ଅନେକ ପୂର୍ବରୁ ପଡୋଶୀ ଦେଶଙ୍କ ଲାଗି ଚିନ୍ତାର କାରଣ ପାଲଟିଥିଲା । ଏଥିରୁ ବେଜିଂ ନିଜେ ପ୍ରସ୍ତୁତ କରିଥିବା ଆଇନ ବ୍ୟତୀତ ଅନ୍ୟ କାହାର ନୀତିନିୟମକୁ ସମ୍ମାନ କରୁନଥିବା ଓ ସମ୍ବଳ ଲାଗି ସୀମା ସରହଦକୁ ସ୍ୱୀକାର କରୁନଥିବା ଜଣାପଡିଛି । ବାସ୍ତବିକ ନିୟନ୍ତ୍ରଣ ରେଖାରେ ଭାରତ ଓ ଚୀନର ବିବାଦ ମଧ୍ୟରେ ଭାରତ ଏକ ବଡ ନିଷ୍ପତ୍ତି ନେଇଛି । ଭାରତର ଏହି ନିଷ୍ପତ୍ତିରେ ଚୀନ ସ୍ପଷ୍ଟ ଭାବେ ବଳେ ବଳେ ବୁଝି ଯିବ ଯେ, ଏହା ୧୯୬୨ ସମୟର ଭାରତ ନୁହେଁ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଚୀନ ସଂଲଗ୍ନ ସୀମାରେ ସଡକ ନିର୍ମାଣ କାମକୁ ଗତିଶୀଳ କରିବାକୁ ନିଷ୍ପତ୍ତି ନେଇଛି । ଗୃହ ମନ୍ତ୍ରଣାଳୟ ଅଧିନରେ କାମ କରୁଥିବା ସୀମା ପ୍ରବନ୍ଧନ ଅର୍ଥାତ ବର୍ଡର ମ୍ୟାନେଜମେଣ୍ଟର ସଚିବ ସଞ୍ଜୀବ କୁମାର ଦ୍ୱିତୀୟ ଥର ଏଲଏସି ସଂଲଗ୍ନ ଅଞ୍ଚଳରେ ଭିତ୍ତିଭୂମିର ବିକାଶକୁ ନେଇ ଜାରି ହୋଇଥିବା ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଭାରତ-ଚୀନ ସୀମାରେ ମୌଳିକ ଭିତ୍ତିଭୂମିର ନିର୍ମାଣକୁ ଆହୁରି ଜୋରଦାର କରାଯିବ । ଏଥିରେ ୩୨ଟି ପ୍ରକଳ୍ପର କାମକୁ ଆହୁରି ଗତିଶୀଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଭାରତର ଉତ୍ତର ସୀମା ଉପରେ ଚୀନ ଡ୍ରାଗନର ଲୋଲୁପ ଦୃଷ୍ଟି ପଡ଼ିଛି ଏବଂ ଉତ୍ତେଜନାର କାରଣ ନଥାଇ ସୁଦ୍ଧା ଭାରତୀୟ ଯବାନଙ୍କ ଉପରେ ଚୀନ୍ ଆକ୍ରମଣ କରି ଯେପରି ରକ୍ତର ନଦୀ ବୁହାଇଛି ତାକୁ ନେଇ ସାରା ଭାରତ କ୍ରୋଧରେ ଜର୍ଜରିତ । ସମଗ୍ର ବିଶ୍ୱ ଯେତେବେଳେ ମହାମାରୀ କରୋନାର କରାଳ ଗ୍ରାସରେ ଦାରୁଣ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛି ଏବଂ ଭୂତାଣୁ ସଂକ୍ରମଣରେ ଲକ୍ଷ ଲକ୍ଷଲୋକଙ୍କ ଜୀବନ ବିପଦାପନ୍ନ, ଠିକ୍ ସେହି ସମୟରେ ଚୀନର ଏହି ଆମାନବିକ ଶତ୍ରୁତାପୂର୍ଣ୍ଣ କାର୍ଯ୍ୟକଳାପକୁ ଯେତେ କଠୋର ଭାଷାରେ ନିନ୍ଦା କଲେ ବି ଯଥେଷ୍ଟ ହେବନାହିଁ । ଭାରତୀୟ ସେନା ଓ ଚୀନ ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ) ମଧ୍ୟରେ ·ଲିଥିବା ବିବାଦ ମଧ୍ୟରେ ଗୃହ ମନ୍ତ୍ରଣାଳୟ ଏହି ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଅତି କମରେ ୩ ମହତ୍ୱପୂର୍ଣ୍ଣ ସଡକର ନିର୍ମାଣ ଲଦାଖରେ ବିଆରଓ ଦ୍ୱାରା କରାଯାଉଛି । ସଡକ ବ୍ୟତୀତ ବିଜୁଳି, ସ୍ୱାସ୍ଥ୍ୟ, ଦୂରସଞ୍ଚାର ଓ ଶିକ୍ଷା ପରି ଅନ୍ୟ ମୌଳିକ ବିକାଶ ସମ୍ବନ୍ଧିତ ପ୍ରକଳ୍ପକୁ ମଧ୍ୟ ପ୍ରାଥମିକତା ଦିଆଯାଉଛି । ସୀମାରେ ଭାରତୀୟ ସେନାକୁ ପ୍ରଧାନମନ୍ତ୍ରୀ ମୋଦି ଯେଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ତାହାକୁ ଦେଖିବା ପରେ ଭାରତ ଯେ ଚୀନ୍କୁ ଡରି ପଛକୁ ହଟିବ ତାହା ଲାଗୁନାହିଁ । ବରଂ ଶତ୍ରୁକୁ କଡ଼ା ଜବାବ ଦେବା ପାଇଁ ଭାରତ ପ୍ରସ୍ତୁତ ରହିଛି । ଆଉ ବର୍ତ୍ତମାନ ଚୀନ୍ ଯେଉଁ ଦୁଇଟି ପଡ଼ୋଶୀ ରାଷ୍ଟ୍ର (ପାକିସ୍ତାନ, ନେପାଳ)କୁ ସାଥୀ କରି ଭାରତର ସ୍ଥିତି ବିଗାଡ଼ିବାକୁ ଚେଷ୍ଟା କରୁଛି ତାହା ଯେ ଚୀନ୍ ପାଇଁ ବୁମେରାଂ ସାବ୍ୟସ୍ତ ହେବ ତାହା ବୋଧେ ସେ ଜାଣିପାରୁନି । କାରଣ ବର୍ତ୍ତମାନ କରୋନାକୁ ନେଇ ବିଶ୍ୱର ପ୍ରାୟ ଦେଶ ଚୀନ୍ ବିରୋଧରେ ଅଛନ୍ତି । କଳେ ବଳେ କୌଶଳେ ଚୀନ୍କୁ ପାନେ ଦେବାକୁ ସମସ୍ତଙ୍କ ଇଚ୍ଛା । କେବଳ ସୁଯୋଗ ଅପେକ୍ଷାରେ ରହିଛନ୍ତି । ଚୀନ୍ ସାଗରରେ ଚୀନ୍ ଯେଭଳି ଏକଚାଟିଆ ନୀତି ଦେଖାଉଛି ତାକୁ ନେଇ ଜାପାନ୍ ବି ଚୀନ୍ ବିରୋଧରେ ହୁଂକାର ଛାଡ଼ିଲାଣି । ଆଉ ଆମେରିକା ତ ଚାହିଁ ବସିଛି । ସେପଟେ ଫ୍ରାନ୍ସ, ଇସ୍ରାଏଲ୍, ଜର୍ମାନ ତଥା ବିଭିନ୍ନ ୟୁରୋପ୍ ଓ ଆମେରିକାର ବହୁ ଦେଶ ଚୀନ୍ ବିରୋଧରେ ସ୍ୱର ଉତ୍ତୋଳନ କଲେଣି । ସାରା ବିଶ୍ୱ ପାଇଁ ଏବେ ଚୀନ୍ ଯେ ସବୁଠୁ ବଡ଼ ଭାଇରସ୍ ତାହା ସମସ୍ତେ ଉପଲବ୍ଧି କରିସାରିଲେଣି । ଆଉ ଏହି ଭାଇରସ୍କୁ ମୂଳରୁ ସଫା କରିବା ପାଇଁ ସମସ୍ତେ ଚିନ୍ତା କଲେଣି । ଏସିଆ ତଥା ସମଗ୍ର ବିଶ୍ୱରେ ଚୀନ୍ ଯେଭଳି ଏକଛତ୍ରବାଦ ନୀତିକୁ ପ୍ରସାରିତ କରିବାକୁ ଇଚ୍ଛା ଜାହିର କରୁଛି ତାହା ଉପରେ ଯେ ଖୁବ୍ଶୀଘ୍ର ରୋକ୍ ଲାଗିବ ତାହା ଜଳଜଳ ହୋଇ ଦେଖାଗଲାଣି ।

Leave A Reply

Your email address will not be published.