ଖୋଲିଲା ହୀରାକୁଦ ଜଳଭଣ୍ଡାର ଗେଟ୍‌

0 83

ସମ୍ବଲପୁର, ଡୁମାଣୀଖବର : ପାରମ୍ପରିକ ପୂଜାର୍ଚ୍ଚନା ପରେ ଖୋଲିଛି ହୀରାକୁଦ ଡ୍ୟାମ୍‌ ଗେଟ୍‌। ନିଷ୍କାସିତ ହୋଇଛି ଚଳିତବର୍ଷର ପ୍ରଥମ ବନ୍ୟାଜଳ । ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା। ପରେ ପରେ ଆଉ ୪ଟି ଗେଟ୍ ଖୋଲିଲା। ବର୍ତ୍ତମାନ ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଉପରମୁଣ୍ଡରେ ବର୍ଷା ଯୋଗୁ ଜଳସ୍ତର ବଢି ଚାଲିଥିବାରୁ ଗେଟ୍ ଖୋଲା ଯାଇଛି । ଏହା ପୂର୍ବରୁ ମହାନଦୀ ଅବବାହିକାରେ ବସବାସ କରୁଥିବା ଜନସାଧାରଣଙ୍କ ସୁରକ୍ଷା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି ।
ସୂଚନାଥାଉ କି, ହୀରାକୁଦ ଜଳଭଣ୍ଡାରରେ ୬୧୬ ଫୁଟ ଜଳ ଥିବାବେଳେ ଏହାର ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଛି।

Leave A Reply

Your email address will not be published.