ଚୀନ୍ ଛାଡ଼ି ଭାରତ ଆସିବାକୁ ପ୍ରସ୍ତୁତ ୨୦୦ ଆମେରିକୀୟ କମ୍ପାନୀ

0 78

ନୂଆଦିଲ୍ଲୀ : ପ୍ରକୃତରେ ଏଲ୍ଏସି ଉପରେ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ହେବାର ପ୍ରମୁଖ କାରଣ ହେଉଛି ମହାମାରୀ କରୋନା କାରଣରୁ ସୃଷ୍ଟି ହୋଇଥିବା ନୂତନ ବିଶ୍ୱ ପରିସ୍ଥିତି । ମହାମାରୀ କରୋନା ବୃଦ୍ଧି ପାଇଁ ବର୍ତ୍ତମାନ ଚୀନ୍ ବିଶ୍ୱର ଅନେକ ଦେଶର ଟାର୍ଗେଟ ରହିଛି । ଚୀନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ବିଶ୍ୱବ୍ୟାପୀ ଶକ୍ତିଶାଳୀ ଦେଶମାନେ ବର୍ତ୍ତମାନ ଏକଜୁଟ ହେଉଛନ୍ତି । ଏହି କ୍ରମରେ ·ଇନାରେ ପ୍ରତିଷ୍ଠିତ ଆମେରିକା ସମେତ ଅନ୍ୟ ଦେଶର ଅନେକ କମ୍ପାନୀ ନୂତନ ସ୍ଥାନକୁ ଯିବାର ସମ୍ଭାବନା ଅନୁସନ୍ଧାନ କରିବା ଆରମ୍ଭ କରିଛନ୍ତି । ଭାରତ ଏହାକୁ ନିଜ ପାଇଁ ଏକ ଉତ୍ତମ ସୁଯୋଗ ବୋଲି ବି·ର କରି ଏହି କମ୍ପାନୀଗୁଡ଼ିକୁ ଆକର୍ଷିତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି । ଏହି କମ୍ପାନୀଗୁଡିକ ସହିତ ସିଧାସଳଖ ଯୋଗାଯୋଗ ପ୍ରକ୍ରିୟା କେନ୍ଦ୍ର ଏବଂ ରାଜ୍ୟ ସରକାର ସ୍ତରରେ ଆରମ୍ଭ ହୋଇଛି । ସରକାରଙ୍କ ଶୀର୍ଷ ସୂତ୍ର ଅନୁଯାୟୀ ଚୀନ୍ ପାଇଁ ଅସୁବିଧା ଆରମ୍ଭ ହୋଇଥିଲା ଯେତେବେଳେ ଏଠାରେ ପ୍ରତିଷ୍ଠିତ ୨୦୦ ଆମେରିକୀୟ କମ୍ପାନୀ ସୂ·ଇ ଦେଇଥିଲେ ଯେ ସେମାନେ ଅନ୍ୟ ଦେଶରେ ନିଜ କାରଖାନା ପ୍ରତିଷ୍ଠା କରିବା ପାଇଁ ବି·ର କରୁଛନ୍ତି ବୋଲି । ଆମେରିକା ବ୍ୟତୀତ ଅନ୍ୟ ଦେଶର କମ୍ପାନୀମାନେ ମଧ୍ୟ ଏହି ପଥ ଅନୁସରଣ କରିବାକୁ ସୂ·ଇ ଦେଇଛନ୍ତି । ମେ ମାସରେ ଏକ ସମୟ ଥିଲା ଯେତେବେଳେ ଆମେରିକାର ୨୦୦ କମ୍ପାନୀ ଭାରତ ଆସିବାକୁ ସୂଚିତ କରିଥିଲେ । ପରିସ୍ଥିତିର ଫାଇଦା ନେବାକୁ ଅନେକ ରାଜ୍ୟ ଆନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ସେମାନଙ୍କର ଶ୍ରମ ଆଇନରେ ସଂଶୋଧନ କରିଥିଲେ । ଏଥି ସହିତ କେନ୍ଦ୍ର ସରକାରଙ୍କ ସ୍ତରରେ ଲକ୍ସେମବର୍ଗର ଅଞ୍ଚଳଠୁ ବି ଦ୍ୱିଗୁଣିତ ଆକାରର ଏକ ଜମି ଖୋଜିଥିଲେ କେନ୍ଦ୍ର ସରକାର । ଏହି ଦିଗରେ ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶରେ ୪,୬୧,୫୮୯ ହେକ୍ଟର ଜମି ଚିହ୍ନଟ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଏପ୍ରିଲରେ ଚୀନ୍ ଛାଡୁଥିବା କମ୍ପାନୀଗୁଡିକୁ ଆମନ୍ତ୍ରଣ କରିବାକୁ ଏହି ଯୋଜନା ଉପରେ ଭାରତ କାର୍ଯ୍ୟ ଆରମ୍ଭ କରିଦେଇଥିଲା । ଏହି ମାସର ଶେଷ ସପ୍ତାହରେ, ଏହି ଦିଗରେ ସକରାତ୍ମକ ବାର୍ତ୍ତା ମଧ୍ୟ ଆସିବା ଆରମ୍ଭ କଲା ଏବଂ ଠିକ୍ ଏହି ସମୟରେ ହିଁ ·ଇନା ଏଲ୍ଏସି ଉପରେ ତିକ୍ତ ପରିସ୍ଥିତି ସୃଷ୍ଟି କରିବା ଆରମ୍ଭ କଲା ଉତ୍ତେଜନାକୁ ବଢାଇବାକୁ ଚୀନ୍ ଏପରି ଦାବି କରିଥିଲା ଯାହା ବାସ୍ତବରେ ଭୁଲ୍ ଥିଲା । ଏହା ବ୍ୟତୀତ ଏହି ସମୟ ମଧ୍ୟରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି କରିବାର କୌଣସି ବି କାରଣ ନଥିଲା । ଭାରତକୁ ଯୁଦ୍ଧ କ୍ଷେତ୍ର ଭାବରେ ପ୍ରୋତ୍ସାହିତ କରିବା ପାଇଁ ଚୀନ୍ ମଧ୍ୟ ପାକିସ୍ତାନ ଏବଂ ନେପାଳକୁ ମଧ୍ୟ ଉସୁକାଇଥିଲା ।

Leave A Reply

Your email address will not be published.