ଦିଗବିଜୟଙ୍କ ସମେତ ୧୫୦ ଜଣଙ୍କ ନାଁରେ ମାମଲା ରୁଜୁ

0 75

ଭୋପାଲ: ଲଗାତର ପେଟ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧି ବିରୋଧରେ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଲଗାତର ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ମଧ୍ୟପ୍ରଦେଶରେ ବୁଧବାର କଂଗ୍ରେସ ପାର୍ଟି ପକ୍ଷରୁ ଜୋରଦାର୍ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାପରେ ରାଜଧାନୀ ଭୋପାଲରେ ପ୍ରାୟ ୧୫୦ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ବୁଧବାର ପେଟ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ କଂଗ୍ରେସର ଆନ୍ଦୋଳନ ପରେ ୧୫୦ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ସରକାରଙ୍କ ଆଦେଶ ଉଲ୍ଲଂଘନ ମାମଲାରେ ଆଇପିସିର ଭିନ୍ନ ଭିନ୍ନ ଧାରାରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଏବଂ ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ କୈଳାଶ ମିଶ୍ରାଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ସୂଚନା ଥାଉ କି, ପେଚ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧିକୁ ପ୍ରସଙ୍ଗ କରି ବୁଧବାର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ପିସିସି ଅଧ୍ୟକ୍ଷ କମଲନାଥ ଘୋଷଣା କରିଥିଲେ । ତେବେ ବୁଧବାର ଦିଗବିଜୟଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏକାଠି ହୋଇ ସାଇକେଲ ରାଲି କରି ବିରୋଧ ପ୍ରଦର୍ଶନ କରିଥିଲେ । ସରକାରଙ୍କ ଅନୁମତି ବିନା ପ୍ରଦର୍ଶନ କରିଥିବାରୁ ତଥା ସାମାଜିକ ଦୂରତ୍ୱ ରକ୍ଷା ନକରିବାରୁ ଏବଂ କଲେକ୍ଟରଙ୍କ ନିର୍ଦ୍ଦେଶ ନ ମାନିବାରୁ ପୁଲିସ ୧୫୦ଜଣ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ।

Leave A Reply

Your email address will not be published.