ଦେଶରେ ୫ ଲକ୍ଷ ଟପିଲା କରୋନା ସଂକ୍ରମଣ ସଂଖ୍ୟା

0 79

ନୂଆଦିଲ୍ଲୀ, ୨୭/୦୬ : ଦେଶରେ କରୋନା ସଂକ୍ରମଣ ମାମଲା ହୁ ହୁ ହୋଇ ବଢିଚାଲିଛି ଜ୍ଝ ଦେଶରେ ସଂକ୍ରମଣ ସଂଖ୍ୟା ୫ ଲକ୍ଷ ୮ ହଜାର ୯୫୩ ରେ ପହଞ୍ଚିଛି ଜ୍ଝ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଦ୍ୱାରା ଶନିବାର ଦିନ ଜାରି ହୋଇଥିବା ତାଲିକା ଅନୁସାରେ ଗତ ୨୪ ଘଣ୍ଟାରେ ୧୮ ହଜାର ୫୫୨ ନୂଆ ମାମଲା ସାମ୍ନାକୁ ଆସିଛି ଜ୍ଝ ୩୮୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ହଜାର ୨୪୪ ଜଣ ସୁସ୍ଥ ହୋଇଛନ୍ତି ଜ୍ଝ ଆଇସିଏମଆର ଅନୁଯାୟୀ ଦେଶରେ ଏବେ ସୁଦ୍ଧା ୭୯ ଲକ୍ଷ ୯୬ ହଜାର ୭୦୭ ଜଣଙ୍କ କରୋନା ଯାଞ୍ଚ ହୋଇସାରିଛି ଜ୍ଝ ୨୪ ଘଣ୍ଟାରେ ୨ ଲକ୍ଷ ୨୦ ହଜାର ୪୭୯ ଜଣଙ୍କ ନମୁନା ଯାଞ୍ଚ ହୋଇଛି ଜ୍ଝ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ବର୍ତ୍ତମାନ ଦେଶରେ ୧ ଲକ୍ଷ ୯୭ ହଜାର ୩୮୭ ଆକ୍ଟିଭ ମାମଲା ରହିଛି, ୨ ଲକ୍ଷ ୯୫ ହଜାର ୮୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୧୫ ହଜାର ୬୮୫ ଜଣଙ୍କ ମୃତ୍ୟୁ ହୋଇଛି ଜ୍ଝ

ଦେଶରେ ଏବେ ସୁଦ୍ଧା ଯାଞ୍ଚ ହୋଇଥିବା ନମୁନାରୁ ୫ ଲକ୍ଷ ୮ ହଜାର ୯୫୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଜ୍ଝ ଦେଶରେ ପଜିଟିଭ ହାର ୮.୪୧ ପ୍ରତିଶତ ରହିଛି ଜ୍ଝ ଅପରପକ୍ଷରେ ଆକ୍ଟିଭ ମାମଲା ଓ ସୁସ୍ଥ ଲୋକଙ୍କ ସଂଖ୍ୟା ୯୮ ହଜାର ୪୯୩ ମାମଲାର ଅନ୍ତର ରହିଛି ଜ୍ଝ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ତାଲିକା ଅନୁସାରେ ଆଣ୍ଡାମାନ ନିକୋବରରେ ୭୨, ଆନ୍ଧ୍ର ପ୍ରଦେଶରେ ୧୧ ହଜାର ୪୮୯, ଅରୁଣାଚଳ ପ୍ରଦେଶରେ ୧୭୨, ଆସାମରେ ୬୬୦୭, ବିହାରରେ ୮୭୧୬, ଛତିଶଗଡ଼ରେ ୨୫୪୫, ଦିଲ୍ଲୀରେ ୭୭ ହଜାର ୨୪୦, ଗୋଆରେ ୧୦୩୯, ଗୁଜରାଟରେ ୩୦ ହଜାର ୯୫, ହରିୟାଣାରେ ୧୨ ହଜାର ୮୮୪, ଜାମ୍ମୁ କାଶ୍ମୀରରେ ୬ ହଜାର ୭୬୨, ଝାରଖଣ୍ଡରେ ୨୨୯୦, କର୍ଣ୍ଣାଟକରେ ୧୧ ହଜାର ୫, କେରଳରେ ୩ ହଜାର ୮୭୬, ଲଦାଖରେ ୯୪୬, ମଧ୍ୟ ପ୍ରଦେଶରେ ୧୨ ହଜାର ୭୯୮, ମହାରାଷ୍ଟ୍ରରେ ୧ ଲକ୍ଷ ୫୨ ହଜାର ୭୬୫, ଓଡିଶାରେ ୬ ହଜାର ୧୮୦, ରାଜସ୍ଥାନରେ ୧୬ ହଜାର ୬୬୦, ପଞ୍ଜାବରେ ୪ ହଜାର ୯୫୭, ତାମିଲନାଡୁରେ ୭୪ ହଜାର ୬୨୨, ଉତ୍ତର ପ୍ରଦେଶରେ ୨୦ ହଜାର ୯୪୩, ପଶ୍ଚିମବଙ୍ଗରେ ୧୬ ହଜାର ୧୯୦ ମାମଲା ରହିଛି ଜ୍ଝ

Leave A Reply

Your email address will not be published.