ବାବା ରାମଦେବଙ୍କ ସହ ୪ ଜଣଙ୍କ ବିରୋଧରେ ଏଫ୍ଆଇଆର୍

0 81

ନୂଆଦିଲ୍ଲୀ : କରୋନା ଭାଇରସ୍ର ଔଷଧ ବାହାର କରିବା ପରେ ଏବେ ବାବା ରାମଦେବ ଓ ତାଙ୍କ ପାତଞ୍ଜଳି କମ୍ପାନୀ ପ୍ରଶ୍ନଘେରରେ ଛନ୍ଦି ହୋଇଯାଇଛନ୍ତି । କରୋନିଲ୍ ଔଷଧକୁ ନେଇ ଏବେ ବାବା ରାମଦେବଙ୍କ ସହ ୪ଜଣଙ୍କ ବିରୁଦ୍ଧରେ ଜୟପୁର କୋର୍ଟରେ ଏଫ୍ଆଇଆର୍ ଦାୟର କରାଯାଇଛି । କରୋନା ଭାଇରସ୍ର ଔଷଧ ଭାବେ କରୋନିଲ୍କୁ ଭ୍ରମାତ୍ମକ ପ୍ରଚାରକୁ ନେଇ ଏହି କେସ୍ ଦାୟର କରାଯାଇଛି । ଜୟପୁରର ଜ୍ୟୋତିନଗର ଥାନାରେ ଏହି କେସ୍ ଦାୟର କରାଯାଇଛି । ଏଫ୍ଆଇଆର୍ରେ ଯୋଗଗୁରୁ ରାମଦେବଙ୍କ ବ୍ୟତୀତ ବାଳକୃଷ୍ଣ, ବୈଜ୍ଞାନିକ ଅନୁରାଗ ବୈଷ୍ଣେୟ, ନିମ୍ସ ଅଧ୍ୟକ୍ଷ ଡ. ବଲବୀର ସିଂ ତୋମାର ଓ ନିର୍ଦ୍ଦେଶକ ଡ. ଅନୁରାଗ ତୋମର ରହିଛନ୍ତି ।

Leave A Reply

Your email address will not be published.