କରୋନାରୁ ବର୍ତ୍ତିବା ପାଇଁ କେନ୍ଦ୍ର ପାଖରେ କୌଣସି ଯୋଜନା ନାହିଁ : ରାହୁଳ

0 73

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧି ଲଗାତାର ମୋଦି ସରକାରଙ୍କୁ ପ୍ରଶ୍ନଘେରରେ ବାନ୍ଧି ରଖିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଲଦାଖର ଗଲୱାନ୍ ଘାଟିରେ ୨୦ଜଣ ଭାରତୀୟ ଯବାନଙ୍କ ସହିଦ୍ ହେବାକୁ ନେଇ ରାହୁଳ ଏହା ଉପରେ ଲଗାତାର ମୋଦିଙ୍କୁ ଟାର୍ଗେଟ୍ କରିଥିବା ଦେଖାଯାଇଥିଲା । ଏବେ ପୁଣି କରୋନା ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ରାହୁଳ । ରାହୁଳ କହିଛନ୍ତି କି କେନ୍ଦ୍ର ସରକାରଙ୍କ ପାଖରେ କରୋନାରୁ ବର୍ତ୍ତିବା ପାଇଁ କୌଣସି ଯୋଜନା ନାହିଁ । କରୋନା ଭାଇରସ୍ ଏବେ ଦେଶର ବିଭିନ୍ନ ପ୍ରାନ୍ତରରେ କ୍ଷୀପ୍ର ବେଗରେ ମାଡ଼ି ଚାଲିଛି । ଭାରତ ସରକାରଙ୍କ ପାଖରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ଯୋଜନା ନାହିଁ । ପ୍ରଧାନମନ୍ତ୍ରୀ ନିରବ ରହି କରୋନା ମହାମାରୀ ନିକଟରେ ନିଜକୁ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଦେଇଥିବା ରାହୁଳ ସମାଲୋଚନା କରିଛନ୍ତି । ଗତକାଲି ‘’ଆତ୍ମନିର୍ଭର ଉତ୍ତରପ୍ରଦେଶ ରୋଜଗାର କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ କି କରୋନା ଭାଇରସ୍ରୁ କେବେ ମୁକ୍ତି ମିଳିବ ତାହା ଜଣାନାହିଁ ।

Leave A Reply

Your email address will not be published.