କରୋନାରେ ନୂଆ ରେକର୍ଡ, ଗୋଟିଏ ଦିନରେ ୧୮ହଜାର ୫୫୨ ସଂକ୍ରମିତ, ୩୮୪ ମୃତ

0 82

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ୍ ସଂକ୍ରମଣ ଥମିବାର ନାଁ ନେଉନାହିଁ । ଦେଶରେ କରୋନା ସଂକ୍ରମଣଜନିତ ମାମଲା ଏବେ ୫ଲକ୍ଷ ପାର୍ କରିସାରିଛି । ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜାରି ସୂଚନା ମୁତାବକ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଅର୍ଥାତ ଗୋଟିଏ ଦିନରେ ୧୮ହଜାର ୫୫୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛି । ସେହିପରି କରୋନା ଯୋଗୁଁ ୨୪ ଘଣ୍ଟାରେ ୩୮୪ ଲୋକଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଏବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୮ହଜାର ୯୫୩ ରହିଛି । ଏମାନଙ୍କ ମଧ୍ୟରୁ ୧ଲକ୍ଷ ୯୭ହଜାର ୩୮୭ଜଣ ଆକ୍ଟିଭ ଥିବାବେଳେ ମୋଟ ୧୫ହଜାର ୬୮୫ଜଣ ମୃତ୍ୟୁବରଣ କରିସାରିଲେଣି । ତେବେ ଆଶ୍ୱସ୍ତିର ଖବର ଏହା ଯେ ମୋଟ ୨ଲକ୍ଷ ୯୫ହଜାର ୮୮୧ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏବେ ସ୍ଥିତି ଅଧିକ ସଂକଟାପନ୍ନ ରହିଛି । ଏଠାରେ ପ୍ରତ୍ୟେକ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଅଧିକ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି । ଶୁକ୍ରବାରର ସଂଖ୍ୟାନୁଯାୟୀ ଦିଲ୍ଲୀରେ ଗତ ୨୪ଘଣ୍ଟାରେ ୩୪୬୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସେଠାରେ ମୋଟ ୭୭ହଜାର ୨୪୦ ଜଣ ସଂକ୍ରମିତ ଥିବା ଜଣାଯାଇଛି । ସେହିପରି ଦିଲ୍ଲୀରେ କରୋନା ଭାଇରସ୍ଜନିିତ ମୃତ୍ୟୁସଂଖ୍ୟା ଦିଲ୍ଲୀବାସୀଙ୍କ ପାଇଁ ଆତଙ୍କ ଖେଳାଇଛି । କାରଣ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୬୩ଲୋକଙ୍କ ମୃତ୍ୟୁ ହୋଇଛି । ଏଥିସହ ଏ ପର୍ଯ୍ୟନ୍ତ ଦିଲ୍ଲୀରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୪୯୨ରେ ପହଞ୍ôଚଛି ।

Leave A Reply

Your email address will not be published.