ଜାତିସଂଘକୁ ଲାଗିଲା ଦାଗ, ୟୁଏନ୍ ଅଧିକାରୀଙ୍କ ଯୌନ କେଳେଙ୍କାରୀ ଭିଡିଓ ଭାଇରାଲ୍

0 69

ଜାତିସଂଘ : ଜାତିସଂଘକୁ ଲାଗିଲା ଦାଗ । ସଂଯୁକ୍ତ ରାଷ୍ଟ୍ର ସଂଘର ଜଣେ ଅଧିକାରୀ ଜଣେ ମହିଳାଙ୍କ ସହ କାର୍ରେ ଶାରୀରିକ ସଂପର୍କ ରଖୁଥିବାର ଭିଡିଓ ସୋସିଆଲ୍ ମିଡିଆରେ ଏବେ ଜବରଦସ୍ତ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓଟି ଇସ୍ରାଏଲ୍ ରାଜଧାନୀ ନିକଟସ୍ଥ ତେଲ ଅବିବ୍ ସାମ୍ନରୁ ଉତ୍ତୋଳନ କରାଯାଇଛି । ଭିଡିଓଟି ଭାଇରାଲ୍ ହେବା ପରେ ସଂଯୁକ୍ତ ରାଷ୍ଟ୍ର ଏହା ଉପରେ ସଫେଇ ଦେଇ ଏହା ଅତ୍ୟନ୍ତ ଦୁଃଖଦାୟକ ଓ ଚିନ୍ତାଜନକ ବିଷୟ ବୋଲି କହିଛି । ଭାଇରାଲ୍ ହେଉଥିବା କ୍ଲିପ୍ରେ ସ୍ପଷ୍ଟ ଦେଖାଯାଉଛି କି ଲାଲ ରଙ୍ଗର ଡ୍ରେସ୍ ପିନ୍ଧି ଜଣେ ମହିଳା କାର୍ର ପଛ ସିଟ୍ରେ ଜଣେ ବ୍ୟକ୍ତିଙ୍କ ସହ ବସିଛି । ଏଥିସହ କାର୍ର ଡ୍ରାଇଭିଂ ସିଟ୍ରେ ବି ଜଣେ ବ୍ୟକ୍ତି ବସିଛନ୍ତି । ଭିଡିଓଟି ଭାଇରାଲ୍ ହେବା ପରେ ୟୁଏନ୍ ବୟାନ ଜାରି କରି କହିଛି କି ଏହି ମାମଲା ଉପରେ ଯାଞ୍ଚ କରାଯିବ । ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏଣ୍ଟୋନିୟୋ ଗୁଟେରେସ୍ଙ୍କ ପ୍ରବକ୍ତା ଷ୍ଟିଫେନ୍ ଡୁଜାରିକ୍ କହିଛନ୍ତି ୧୮ ସେକେଣ୍ଡର ଏହି ଭିଡିଓ ବ୍ୟାବହାରିକ ଦୃଷ୍ଟିରୁ ଅତ୍ୟନ୍ତ ଘୃଣ୍ୟ ଓ ନିନ୍ଦନୀୟ । ଆମେ ଯାହା ବିରୋଧରେ ସର୍ବଦା ଆଇନ୍ ପ୍ରଣୟନ କରିଚାଲୁଛୁ ତାହା ବିରୁଦ୍ଧରେ ଯାଇ ସଂଯୁକ୍ତ ରାଷ୍ଟ୍ରର ଜଣେ କର୍ମଚାରୀ ଏଭଳି କାର୍ଯ୍ୟ କରିବା ଅତ୍ୟନ୍ତ ଲଜ୍ଜାଜନକ । ସେ ଆହୁରି କହିଛନ୍ତି କି ଏ ପର୍ଯ୍ୟନ୍ତ ଯାହା ଜଣାପଡ଼ିଛି କି ଏହି କାର୍ଟି ୟୁନାଇଟେଡ୍ ନେସନ୍ ଟ୍ରୁସ୍ ସୁପରଭିଜନ ଅର୍ଗାନାଇଜେସନ୍ର । କାର୍ ମଧ୍ୟରେ ହେଉଥିବା ସେକ୍ସ ଦୁଇଜଣଙ୍କ ସହମତିରେ ହୋଇଛି ଓ ଏଥିପାଇଁ ଅର୍ଥ କାରବାର ବି ହୋଇଛି । ତେବେ ଏହାର ଗମ୍ଭୀରତା ଉପରେ ବିଚାର ବିମର୍ଶ ଜାରି ରହିଛି । ଡୁଜାରିକ କହିଛନ୍ତି କି ଏହି ଭିଡିଓ ଯେଉଁ ସ୍ଥାନରେ ଉତ୍ତୋଳନ କରାଯାଇଛି ତାହାର ଠିକଣା ଜଣାପଡ଼ିଛି । ଭିଡିଓରେ ନଜର ଆସୁଥିବା ଉକ୍ତ ସ୍ଥାନଟି ହାୟାରକୋନ୍ ସଡ଼କ । ସାଧାରଣତଃ ଏହି ସଡ଼କରେ ପ୍ରାୟତଃ ଭିଡ ଲାଗିରହିଥାଏ । ତେବେ ଘଟଣାର ଛାନ୍ଭିନ୍ ପରେ ପ୍ରକୃତ ଦୋଷୀକୁ ପର୍ଦ୍ଦାଫାଶ୍ କରାଯିବ । ସାଧାରଣତଃ ଯୌନ ଶୋଷଣ ଓ ଦୁର୍ବ୍ୟବହାରକୁ ନେଇ ସଂଯୁକ୍ତ ରାଷ୍ଟ୍ର ସର୍ବଦା ତା’ର ନୀତିକୁ କଠୋର କରିଆସିଛି । ଯଦି ସମ୍ବୋଧିତ ବ୍ୟକ୍ତି ନିୟମର ଉଲ୍ଳଂଘନ କରି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏକ ରିପୋର୍ଟ ମୁତାବକ ୨୦୧୯ ମସିହାରେ ୟୁଏନ୍ ଷ୍ଟାଫ କର୍ମଚାରୀଙ୍କ ଯୌନ ଶୋଷଣ ଓ ଦୁର୍ବ୍ୟବହାର ଭଳି ୧୭୫ଟି ମାମଲାରେ ମାତ୍ର ୧୬ଜଣ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ୧୫ଟି ମାମଲାକୁ ଆଧାରହୀନ ବୋଲି ଦର୍ଶାଯାଇଥିଲା । ଅନ୍ୟ ସବୁ ମାମଲାର ଛାନ୍ଭିନ୍ ଏବେ ବି ଜାରି ରହିଛି ।

Leave A Reply

Your email address will not be published.