ବଜାରରେ ମିଳିବ ସମ୍ବଲପୁରୀ ମାସ୍କ

0 90

ସମ୍ବଲପୁର, ଡୁମାଣୀଖବର : ସାରା ବିଶ୍ୱରେ ଏବେ କରୋନା ମହାମାରୀ ଭୟଙ୍କର ରୁପ ନେଇଥିବା ବେଳେ ଆମ ରାଜ୍ୟ ଓଡିଶା ବି ଏହି ମହାମାରୀରେ ଆକ୍ରାନ୍ତ ହୋଇଛି । ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ବିଭିନ୍ନ ପ୍ରକାର ନିୟମ ଲାଗୁ କରାଯାଇଛି । ସେହି ନିୟମ ଗୁଡିକ ହେଲା ସାମାଜିକ ଦୁରତା ରଖିବା ଓ ମାସ୍କ ବ୍ୟବହାର କରିବା । ଏବେ ଆମ ରାଜ୍ୟରେ ବିଭିନ୍ନ ପ୍ରକାର ହାତ ତିଆରି ମାସ୍କ ବିକ୍ରୟ ହେଉଛି । ଏହାକୁ ଦୃଷ୍ଟିରେ ରଖି ଆମ ରାଜ୍ୟର ପ୍ରସିଦ୍ଧ ସମ୍ବଲପୁରୀ କାରୀଗର ମାନଙ୍କ ଦ୍ୱାରା ନିର୍ମିତ ମାସ୍କ ଏବେ ବଜାରରେ ମିଳିବ ବୋଲି ପ୍ରକାଶ ପାଇଛି ।

Leave A Reply

Your email address will not be published.