କରତାରପୁର କୋରିଡର ଖୋଲିବ ପାକିସ୍ତାନ

0 90

କରତାରପୁର : କରୋନା ଭାଇରସ୍ର ପ୍ରକୋପକୁ ଲକ୍ଷ୍ୟ ରଖି ପୁରା ଦୁନିଆର ସମସ୍ତ ଧାର୍ମିକ ସ୍ଥଳକୁ ବନ୍ଦ କରିଦିଆଯାଇଛି । ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ପାକିସ୍ତାନ ବି କରତାରପୁର କୋରିଡର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଏବେ ପୁଣି ପାକିସ୍ତାନ ନିଜର ମତ ପରିବର୍ତ୍ତନ କରି ଶ୍ରଦ୍ଧାଳୁଙ୍କ ପାଇଁ ଏହା ଖୋଲିବାକୁ ନିଷ୍ପତ୍ତି ନେଇଛି । ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେସି ଏହି ସୂଚନା ଦେଇଛନ୍ତି । ସେ ଟ୍ୱିଟର ଜରିଆରେ ଏହି ସୂଚନା ଦେଇ ଲେଖିଛନ୍ତି କି ପୂରା ଦୁନିଆର ଧାର୍ମିକ ସ୍ତଳକୁ ଖୋଲି ଦିଆଗଲାଣି । ସେଥିପାଇଁ ପାକିସ୍ତାନ ବି କରତାରପୁର ସାହିବ କୋରିଡର ଖୋଲିବାକୁ ନିଷ୍ପତ୍ତି ନେଇଛି । ଜୁନ୍ ୨୯ ମହାରାଜା ରଣଜିତ୍ ସିଂଙ୍କ ପୂଣ୍ୟତିଥି ଅବସରରେ ଶ୍ରଦ୍ଧାଳୁଙ୍କ ପାଇଁ ଏହା ଖୋଲାଯିବା ଉପରେ ବିଚାର ବିମର୍ଶ ଚାଲିଛି ।

Leave A Reply

Your email address will not be published.