ସଲମାନ୍ ସେୟାର କଲେ ଫଟୋ ଓ ଭିଡିଓ, ସୁଶାନ୍ତଙ୍କ ପ୍ରଶଂସକ କିନ୍ତୁ ଖପ୍ପା

0 75

ମୁମ୍ବାଇ : ବଲିଉଡ୍ ଆକ୍ଟର ସଲମାନ୍ ଖାନ୍ ଗତ କିଛିଦିନ ହେବ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ବହୁ ଆଡ଼ୁ ସମାଲୋଚନାର ଶିକାର ହେଉଛନ୍ତିତ । ଲଗାତାର ଲୋକମାନେ ତାଙ୍କୁ ଏ ନେଇ ସୋସିଆଲ୍ ମିଡିଆରେ ନାନାଦି ପ୍ରଶ୍ନ ପଚାରିବା ସହ ଗୋଷ୍ଠୀବାଦ ଓ ପରିବାରବାଦକୁ ନେଇ ତାଙ୍କୁ ସମାଲୋଚନା କରିବାରେ ଲାଗିଛି । କିନ୍ତୁ ସଲମାନ୍ ଖାନ୍ ଏ ପର୍ଯ୍ୟନ୍ତ କାହାକୁ ଜବାବ ଦେଇନାହାନ୍ତି । ସୁଶାନ୍ତଙ୍କ ପ୍ରଶଂସକମାନେ ଏବେ ସଲମାନ୍ଙ୍କ ଉପରେ ନିଜ ରାଗ ସୁଝାଇବାକୁ ଯାଇ ସୋସିଆଲ୍ ମିଡିଆ ନାନାଦି ଅଶ୍ଳୀଳ କମେଣ୍ଟସ୍ ଦେଇଚାଲିଛନ୍ତି । ଇତିମଧ୍ୟରେ ସଲମାନ୍ ଖାନ୍ ଶନିବାର ଏକ ଭିଡିଓ ଓ ଫଟୋ ସେୟାର କରିଥିଲେ । ଏହାକୁ ଦେଖି ସୁଶାନ୍ତଙ୍କ ପ୍ରଶଂସକ ଅଧିକ ଉତ୍କ୍ଷିପ୍ତ ହୋଇଥିବା ଦେଖାଯାଇଛି । ସୂଚନାଥାଉକି କି କିଛି ସମୟରେ ପୂର୍ବରୁ ସଲମାନ୍ ଖାନ୍ଙ୍କ ଏକ ଭିଡିଓ ଜାରି ହୋଇଥିଲା ଯେଉଁଥିରେ ସେ ସୁସ୍ମିତା ସେନ୍ଙ୍କ ୱେବ୍ସିରିଜ୍ ‘ଆର୍ଯ୍ୟା’କୁ ତାରିଫ୍ କରିଛନ୍ତି । କିନ୍ତୁ ଏହି ଭିଡିଓରେ ଲୋକମାନେ ସଲମାନ୍ଙ୍କ କଥା ନଶୁଣି ବରଂ ତାଙ୍କୁ ସୁଶାନ୍ତଙ୍କ ଉପରେ ପ୍ରଶ୍ନ ପଚାରିଥିଲେ । ସୁଶାନ୍ତଙ୍କୁ ନେଇ ତୁମେ ଚୁପ୍ କାହିଁକି ବୋଲି ୟୁଜର୍ସମାନେ ତାଙ୍କୁ ପଚାରିଥିଲେ ବି ସଲମାନ୍ ଚୁପ୍ ରହିଥିଲେ । ଏହାପୂର୍ବରୁ ଅର୍ଥାତ ଶନିବାର ସକାଳେ ସଲମାନ୍ ଏକ ୱାର୍କଆଉଟ୍ ଫଟୋ ସେୟାର କରିଥିଲେ । ଏହି ଫଟୋ ପୋଷ୍ଟ କରି ସଲମାନ୍ ଲେଖିଥିଲେ କି ‘ବାସ୍, ଏବେ ୱାର୍କଆଉଟ୍ ସରିଲା’ । ପୂର୍ବରୁ ସଲମାନ୍ ତାଙ୍କର ୱାର୍କଆଉଟ୍ର ଫଟୋ ସେୟାର କରି ପ୍ରଶଂସକଙ୍କ ଠାରୁ ଖୁବ୍ ପ୍ରିୟଭାଜନ ହୋଇଥିବାବେଳେ ଆଜିର ଫଟୋରେ କିନ୍ତୁ ତାଙ୍କୁ କିଛି ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା । ଓଲଟା ତାଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା । ଜଣେ ୟୁଜର ଏହାର କମେଣ୍ଟ ବକ୍ସରେ ଲେଖିଥିଲେ କି ଏଥର ତୁମେ ଆଉ ବର୍ତ୍ତିପାରିବ ନାହିଁ, ଉପରବାଲା ତୁମର ସବୁ କାର୍ଯ୍ୟକୁ ଦେଖୁଛି । ଅନ୍ୟ ଏକ ୟୁର୍ଜର ଲେଖିଥିଲେ କି ମୁଁ ଏଇ ସଂଗେ ସଂଗେ ତୁମକୁ ଅନ୍ଫଲୋ କରିବା କାମ ପୂରା କରିଛି ।

Leave A Reply

Your email address will not be published.