ପୁଣି ଖାକିରେ କଳଙ୍କ

0 71

ଜଳେଶ୍ୱର , ଡୁମାଣୀଖବର : ପୁଣି ଖାକିରେ ଲାଗିଲା ଦାଗ। ଦାଗ ନୁହେଂତ କଳଙ୍କ। କେତେବେଳେ ପୋଲିସ ରକ୍ଷକ ହୋଇ ଭକ୍ଷକ ସାଜୁଛି,ତ ପୁଣି କେତେ ବେଳେ ବାଡ଼ ହୋଇ ଖନ୍ଦ ଖାଉଛି । ଜଣେ ପୋଲିସ ଅଧିକାରୀ ଡିଉଟି ରହି ୟୁନିଫିର୍ମ ପିନ୍ଧି ବଟି ନେବା କେତେ ଦୂର ଯୁକ୍ତିଯୁକ୍ତ। ଏଭଳି ଏକ ସାଂଘାତିକ ଭିଜୁଆଲ ଲାଗିଛି । ସୂଚନା ଅନୁଯାୟୀ ଏ ଭିଜୁଆଲ ହେଉଛି ବାଲେଶ୍ୱର ଜିଲ୍ଲା, ଭୋଗରାଇ ବ୍ଲକ ତାଳ ସାରି ଉଦୟପୁର ମେରାଇନ ଥାନା ସାହାବାଜି ପୁର ଚେକ ପୋଷ୍ଟର। ତାଳସାରି ଓ ଉଦୟପୁର ପର୍ୟ୍ୟଟନ କ୍ଷେତ୍ରଭାବେ ରାଜ୍ୟ ଓ ରାଜ୍ୟ ବାହାରେ ବେସ ଜଣା ଶୁଣା।
ଏହା ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ବର୍ତୀ ଅଂଚଳର ରେ ସ୍ଥାପିତ। ପଶ୍ଚିମବଙ୍ଗପଟୁ ଆସିଲେ ଏହା ହେଉଛି ପ୍ରଵେଶ ଦ୍ୱାର।
ଏହି ଥାନା ଓଡ଼ିଶାର ସୀମା, ଆଭ୍ୟନ୍ତରୀଣ ସୁରକ୍ଷା ସାଙ୍ଗକୁ ସୀମାନ୍ତ ବର୍ତୀ ଅଞ୍ଚଳରେ ହେଉଥିବା ବିଭିନ୍ନ ଅପରାଧିକ, ଅନୈତିକ, ଅସାମାଜିକ, ଦୁର୍ନୀତିକୁ ନିୟନ୍ତ୍ରଣ କରିବା ଉଦେଶ୍ୟ ରେ ଏହି ଥାନା ପ୍ରତିଷ୍ଠା କରାଯାଇଥିଲା। ତେବେ ଏହି ଥାନା ଅପରାଧିକ, ଅନୈତିକ,ଅସାମାଜିକ, ଦୁର୍ନୀତିକୁ ନୀୟନ୍ତ୍ରଣ କରିବା ବଦଳରେ, ଏହି ଥାନାର କର୍ମଚାରୀ ନିଜେ ଅପରାଧିକ, ଅନୈତିକ, ଅସାମାଜିକ କାର୍ୟ୍ୟ କଳାପରେ ଲିପ୍ତ ରହିବା ସହିତ ଦୁର୍ନୀତି କୁ ପ୍ରତ୍ସାହନ ଯୋଗାଉଛି ଏଠାକାର ପୋଲିସ। ଗୋଟିଏ ପଟେ ରାଜ୍ୟ ସରକାର କୋରୋନା ର ମୁକାବିଲା ପାଇଁ ଲାକଡାଉନ, ସଟଡାଉନ କରିବା ସହିତ ଓଡିଶା ଓ ଓଶ୍ଚିମବଙ୍ଗ ସୀମା ରେ ଯାଆଆସ ପାଇଁ କଟକଣା ଜାରି ରଖିଛନ୍ତି। ମାର୍ଚ୍ଚ ୨୫ ପାଖରୁ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ସହାବାଜିପୁର ବୋର୍ଡର ନିକଟରେ ସୀମା ସିଲ କରିବା ସହିତ ୨୪ ଘଣ୍ଟିଆ ପୋଲିସ ପହରା ଦେବାର ବ୍ୟବସ୍ଥା କରାଯାଇଛି। କେବଳ ଅତିଆଵଶ୍ୟକ ସାମଗ୍ରୀ ନେଇ ଯାଉଥିବା ଗାଡି ଯାଆଆସ କରି ପାରିବ। ତେବେ ତାଳସାରି ମେରାଇନ ଥାନା ର ସାହାବାଜିପୁର ପୋଲିସ ଚୌକି ନିକଟରେ ସରକାରଙ୍କ ଏହି କଟକଣା ବା ନିର୍ଦେଶ ସତେ ଯେମିତି ଚୁଲିକୁ ଯାଇଛି। ଏହି ପୋଲିସ ଚୌକି ଦେଇ ପ୍ରତେକ ଦିନ ଖାଦ୍ୟ ସାମଗ୍ରୀ ଗାଡି ଯାଆ ଆସ ସହିତ ଶହ ଶହ ବାଲି,ପଥର, କାଠ ଆଦି ପଶ୍ଚିମବଙ୍ଗ କୁ ଯିବା ପାଇଁ ଭିଡ଼ ଜମିଥାଏ। ତେବେ ତାଳସାରି ସାମୁଦ୍ରିକ ଥାନା ପୋଲିସ ଗାଡିକୁ ଅଟକାଇ କାଗଜପତ୍ର ଯାଞ୍ଚ ଆଳ, ହେଉ ବା ବେଆଇନ କହି ଟଙ୍କା ନେଉଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଯେଉଁଥିରେ କି ସାମୁଦ୍ରିକ ଥାନାର କନେଷ୍ଟବଳ ଯତୀନ୍ଦ୍ର ନାଥ ରାଉତ ଟ୍ରାନ୍ସପୋର୍ଟ ଏବଂ ଖାଦ୍ୟ ସାମଗ୍ରୀ ଗାଡ଼ି ଠାରୁ ବେଆଇନ ଭାବେ ଅର୍ଥ ଆଦାୟ କରୁଥିବା ଦୃଶ୍ୟ କଏଦ ହୋଇଛି। ପଶ୍ଚିମବଙ୍ଗ ସରକାର ଓ ପୋଲିସ ସୀମାରେ କ୍ୟାମେରା ଲଗାଇବା ସହିତ ଉଜ୍ଜ୍ୱଳ ଆଲୋକ ର ବ୍ୟବସ୍ଥା କରିଛନ୍ତି। ମାତ୍ର ଓଡିଶା ସରକାର , ପୋଲିସ ବିଭାଗ ଓଡିଶା ସୀମାରେ କ୍ୟାମେରା ଲଗାଉ ନାହିଁ, ଉଜ୍ଜଳ ଆଲୋକ ର ବ୍ୟବସ୍ଥା ଥିଲେ ବି ରାତି ହେଲେ ଲିଭାଇ ଦିଆଯାଉଛି। ଏଥି ପ୍ରତି ରାଜ୍ୟ ସରକାର ଓ ପୋଲିସ ବିଭାଗ ଯତ୍ନବାନ ହେବା ସହିତ ଏଭଳି ସମ୍ବେଦନଶିଳ ଥାନାରେ ସଚ୍ଚୋଟ , କର୍ତ୍ତବ୍ୟ ନିଷ୍ଠ ବାନ ପୋଲିସ ନିଯୁକ୍ତି ପାଇଁ ବୁଦ୍ଧିଯିବୀ ମହଲରେ ଦାବି ହେଉଛି। ତେବେ ଏନେଇ ଜଳେଶ୍ୱର ଏସ୍ଡିପିଓ ଙ୍କୁ ଭେଟି ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ବି, ସେ ଅନୁପସ୍ଥିତ ଥିବାରୁ କୌଣସି ପ୍ରତିକ୍ରିୟା ମିଳି ପାରି ନଥିଲା।

Leave A Reply

Your email address will not be published.