ରାତାରାତି କୋଟିପତି, ଦୁଇଟି ପଥର ବିକି ୨୫ କୋଟି ପାଇଲେ ଲାଇଜର

0 76

ତାଞ୍ଜାନିଆର ଖଣିରେ କାମ କରୁଥିବା ଜଣେ କର୍ମଚାରୀ ରାତାରାତି କୋଟିପତି ହୋଇଯାଇଛି । ଏହି କର୍ମଚାରୀ ଜଣକ ହେଲେ ସୋନିନିୟୁ ଲାଇଜର । ତାଙ୍କୁ ଦୁଇଟି ବଡ଼ ତାଞ୍ଜାନାଇଟ୍ ପଥର ମିଳିଛି ଯାହାର ଓଜନ ୧୫ କିଲୋ । ଏହି ପଥର ପୃଥିବୀରେ ଖୁବ୍ କମ୍ ମିଳିଥାଏ । ଏହି ଦୁର୍ଲ୍ଲଭ ପଥର ଦୁଇଟି ଖୋଜି ପାଇଥିବାରୁ ତାଙ୍କୁ ୩୪ଲକ୍ଷ ଡଲାର ଅର୍ଥାତ ୨୫ କୋଟି ଟଙ୍କା ମିଳିଛି ପୁରସ୍କାର ମିଳିଛି । ଦେଶର ଖଣିଜ ମନ୍ତ୍ରଣାଳୟ ପକ୍ଷରୁ ଏତେବଡ଼ ଧରଣର ଅର୍ଥରାଶି ପାଇ ସେ ରାତାରାତି କୋଟିପତି ହୋଇଯାଇଛନ୍ତି । ତାଞ୍ଜାନାଇଟ୍ କେବଳ ଉତ୍ତର ତାଞ୍ଜାନିଆରେ ମିଳିଥାଏ । ଏହି ପଥର ମୁଖ୍ୟତଃ ମୂଲ୍ୟବାନ ଅଳଙ୍କାରରେ ନିର୍ମିତ ଏକ ମୂଲ୍ୟବାନ ରତ୍ନ ସଦୃଶ । ମୁଦି, ବ୍ରେସ୍ଲେଟ୍ ଓ ହାର ତିଆରିରେ ଏହି ପଥରକୁ ବ୍ୟବହାର କରାଯାଇଥାଏ । ଲାଇଜର ଗତ ସପ୍ତାହରେ ଗୋଟିଏ ୯.୨ କିଲୋ ଓ ଅନ୍ୟଟି ୫.୮ କିଲୋ ଓଜନର ଦୁଇଟି ପଥର ଖୋଳିଥିବା ବେଳେ ପାଇଥିଲେ । କିନ୍ତୁ ଗତ ବୁଧବାର ସେ ମିଅାଁମାରରେ ହେଉଥିବା ଟ୍ରେଡିଂ କାର୍ଯ୍ୟକ୍ରମରେ ଏହି ଦୁଇଟି ପଥରକୁ ବିକ୍ରି କରିଦେଇଥିଲେ । ଏତେ ମୋଟା ଅଙ୍କର ଅର୍ଥରାଶି ପାଇବା ପରେ ଲାଇଜର କହିଛନ୍ତି କି ମୁଁ ପ୍ରଥମେ ଏକ ବଡ଼ ଧରଣର ପାର୍ଟି କରିବି । ସୂଚନାଥାଉକି ଲାଇଜରଙ୍କର ୩୦ରୁ ଅଧିକ ପିଲା ରହିଛନ୍ତି ।

Leave A Reply

Your email address will not be published.