ଚୀନ୍‌ର ୫୯ଟି ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ

0 79

ନୂଆଦିଲ୍ଲୀ : ଭାରତ ସରକାରଙ୍କ ପକ୍ଷରୁ ଚୀନ୍‌କୁ ମିଳିଛି ଶକ୍ତ ଜବାବ । ଯେଉଁ ଚୀନ୍‌ ଭାରତକୁ ଏକ ବିରାଟ ବଜାର ଭାବି ଏଠାରେ ନିଜର ପ୍ରଡକଫ ବିକି ନିଜକୁ ଆର୍ଥିକ ଭାବେ ମଜବୁତ ଭାବୁଥିଲା ସେହି ଚୀନ୍‌କୁ ଏବେ ଲାଗିବ ଶକ୍ତ ଆର୍ଥିକ ଝଟ୍‌କା । ଅର୍ଥାତ ଗଲୱାନ ଘଟଣା ପରଠାରୁ ଭାରତରେ ଚୀନ୍‌ ସାମଗ୍ରୀ ବ୍ୟାନ୍‌ ପାଇଁ ସବୁଠି ଉଠିଥିଲା ତୀବ୍ର ବିରୋଧାଭାଷ । ଭାରତ ସରକାର ମଧ୍ୟ ଘଟଣାକୁ ଗମ୍ଭୀରତାର ସହ ବିଚାର ବିବେଚନା କରି ଚୀନ୍‌କୁ ପାନେ ଦେବା ଚMରରେ ଥିଲେ । ତଥ୍ୟ ଚୋରି ଅଭିଯୋଗରେ ଟିକ୍‌ଟକ୍‌ ସମେତ ୫୯ଟି ଚାଇନିଜ ଆପ୍‌କୁ ଭାରତ ସରକାର ବ୍ୟାନ୍‌ କରିଛନ୍ତି । ସରକାର ଯେଉଁସବୁ ପ୍ରଡକଫ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ତାହା ଦେଶର ସାର୍ବଭୈମତ୍ୱ ଓ ଅଖଣ୍ଡତା, ଦେଶର ରକ୍ଷା, ରାଜ୍ୟର ସୁରକ୍ଷା ଏବଂ ସାର୍ବଜନୀନ ବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରିବା ସମ୍ଭାବନା ଥିଲା । ଏହି ୫୯ଟି ଆପ୍‌ ମଧ୍ୟରୁ ଟିକ୍‌ଟକ ସମେତ ୟୁସି ବ୍ରାଉଜର, ହାଲ୍‌ ପରି ୫୯ ଆପ୍‌ ସାମିଲ । ପୂର୍ବରୁ ଭାରତ ଚାଇନିଜ ଆପ୍‌ର ଏକ ତାଲିକା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଅପିଲ କରାଯାଇଥିଲା ଯେ, ଏହି ଆପ୍‌କୁ ତୁରନ୍ତ ମୋବାଇଲ୍‌ରୁ ହଟାଇ ଦିଆଯାଉ । ସରକାରଙ୍କୁ ସୂଚନା ଦିଆଯାଇଥିଲା କି ଚୀନ ଏହି ସବୁ ଆପ ଜରିଆରେ ଡାଟା ହ୍ୟାକ୍‌ କରିପାରେ । ସୂଚନାଥାଉକି ପୂର୍ବ ଲଦାଖରେ ଗଲୱ୍‌ାନ ଉପତ୍ୟକାରେ ଜୁନ ୧୫ର ଭାରତ-ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହି ଘଟଣା ପରେ ଭାରତ ସମେତ ବିଶ୍ୱର ବହୁ ରାଷ୍ଟ୍ରରେ ଚୀନ୍‌ର ଦାଦାଗିରିକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.