ସଂକ୍ରମଣର ଅନ୍ତ କେବେ?

0 70

ସାରା ବିଶ୍ୱରେ କରୋନା ମହାମାରୀ ତାର କାୟା ମେଲାଇ ଚାଲିଛି । ସଂକ୍ରମଣ ସହିତ ମୃତ୍ୟୁହାର ମଧ୍ୟ ତାଳ ଦେଇ ବଢ଼ିବାରେ ଲାଗିଛି । ସମସ୍ତ ମାନବ ସମାଜ ଏହି ମହାମାରୀକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି । ପ୍ରତିଦିନ ସଂକ୍ରମଣର ଖବର ଶୁଣି ଶୁଣି ମଣିଷ ହତାଶ ହୋଇପଡ଼ିଥିବା ସମୟରେ କିଛି କିଛି ଖବର ତାକୁ ଆଶ୍ୱସ୍ତ ମଧ୍ୟ ଆଣିଦେଉଛି । ଆଗକୁ ସବୁ ଠିକ୍ ହୋଇଯିବ, ଆଉ ଅଳ୍ପଦିନ ମଧ୍ୟରେ ଏହା ପାଇଁ ଔଷଧ ବାହାରିଯିବ ଏହିଭଳି ଖବର ବେଳେବେଳେ କିଛିଟା ଖୁସି ମଧ୍ୟ ଆଣିଦେଉଛି । ରାଜୀବ ଗାନ୍ଧି ଆୟୁର୍ବିଜ୍ଞାନ ସଂସ୍ଥାନରେ ମଲ୍ଲିକୁଲାର ମେଡିସିନ୍ ଆଣ୍ଡ ବାୟୋଟେକ୍ନୋଲୋଜି ବିଭାଗର ପ୍ରଫେସର ଡକ୍ଟର ମଦନ ମୋହନ ଗଡ଼ବୋଲେଙ୍କ ଅନୁମାନ ଯଦି ସତ ହୁଏ ତା’ହେଲେ ସମଗ୍ର ମାନବ ସମାଜ ପାଇଁ ଏହା ଏକ ଖୁସି ଖବର ହେବ । କରୋନା ଭାଇରସ୍ ଏବେ ଦୁର୍ବଳ ସ୍ଥିତିକୁ ଆସିଛି । ଯଦିଓ ଏହାର ପ୍ରକୋପରେ ରୋଗୀସଂଖ୍ୟା ବୃଦ୍ଧି ପାଇବ କିନ୍ତୁ ମୃତ୍ୟୁସଂଖ୍ୟା ସେହି ତାଳରେ ବଢ଼ିବ ନାହିଁ । କିନ୍ତୁ ବିଶେଷଜ୍ଞ ଡାକ୍ତରଙ୍କ ମତରେ ଇଭୋଲ୍ୟୁସନ୍ ଥିଓରି କହେ- ମାରାତ୍ମକ ଭାଇରସ୍ ଏବଂ କମ୍ ମାରାତ୍ମକ ଭାଇରସ୍ ମଧ୍ୟରେ ଯେଉଁ ପ୍ରତିଦ୍ୱନ୍ଦ୍ୱିତା ହୁଏ ସେଥିରେ କମ୍ ମାରାତ୍ମକ ଭାଇରସ୍ ହିଁ ବେଶିଦିନ ଯାଏଁ ବଞ୍ôଚରହେ । ଏମାନେ ବିଶେଷ କିଛି କ୍ଷତି କରିପାରନ୍ତି ନାହିଁ ମଣିଷଙ୍କର । ଆଉ ଈଶ୍ୱରଙ୍କ ଉପରେ ଭରସା ରଖିଥିବା ଲୋକମାନେ କୁହନ୍ତି କରୋନା ଉପରେ ଶ୍ରୀଜଗନ୍ନାଥଙ୍କ ରଥ ମାଡ଼ିଗଲେ ତା’ର ନିଧନ ହେବ । ଗୁଣ୍ଡିଚାରେ ତିନିରଥ ମାଡ଼ିବା ପରେ ଆଉ ଯଦି କିଛି ରହିଯାଏ ତେବେ ତାହା ବାହୁଡ଼ାରେ ଯିବ । କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି କରୋନା କଦାପି ଯିବନାହିଁ । ଏହା ଆମମାନଙ୍କ ସହିତ ରହିଛି ଏବଂ ଆଗକୁ ମଧ୍ୟ ରହିବ । ଯେପରି ଟିବି ଓ ଏଡ୍ସ ବର୍ତ୍ତମାନ ସୁଦ୍ଧା ରହିଛି ସେହିପରି କରୋନା ମଧ୍ୟ ଆମ ସହିତ ରହିବ । ତାହାର ଅନ୍ତ ନାହିଁ । ତେଣୁ ଭୟ ନକରି ନିଜ ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଆଣିପାରିଲେ ନିଶ୍ଚୟ ଏ ମହାମାରୀ ଉପରେ ଆମେ ବିଜୟଲାଭ କରିବା, ଏଥିରେ ଦ୍ୱିମତ ହେବାର ନାହିଁ । ସାମାଜିକ ଦୂରତା ସହିତ ମାସ୍କ ପିନ୍ଧିବା ଏବଂ ହାତ ବାରମ୍ବାର ଧୋଇବା ଇତ୍ୟାଦି ନିୟମକୁ ପାଳନ କଲେ ଏହି ମହାମାରୀ ଆମଠାରୁ ଦୂରକୁ ଚାଲିଯିବ । ଏଥିସହିତ ଆମେ ଏହି ଭୂତାଣୁକୁ ନେଇ ମାନସିକ ସ୍ତରରେ ଦୁର୍ବଳ ନହୋଇ ସବୁବେଳେ ସକାରାତ୍ମକ ଚିନ୍ତା ଓ ସମ୍ଭାବନାରେ ଖୁସି ହେବା ଦରକାର । ଏଥିସହିତ ପ୍ରତ୍ୟେହ ଯୋଗ, ପ୍ରାଣାୟମ ଇତ୍ୟାଦି କରିବା ଜରୁରୀ ହୋଇପଡ଼ିଛି । ସେହିପରି ଆମର ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ନିୟମିତ ବ୍ୟାୟାମ ସହିତ ସଜ ପନିପରିବା, କ୍ଷୀର, ଅଣ୍ଡା ଆଦି ଖାଦ୍ୟ ଖାଇବା ଆବଶ୍ୟକ ।

Leave A Reply

Your email address will not be published.