କରୋନା ଭାଇରସରେ ବୁଧବାର ୫୦୭ ମୃତ୍ୟୁ

0 80

ନୂଆଦିଲ୍ଲୀ : ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ମାତ୍ର ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସରେ ୫୦୭ ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ଏହା ଦେଶରେ ସର୍ବାଧିକ ମୃତ୍ୟୁ । ଜୁନ ମାସରେ କରୋନା ଭାଇରସ ସଂକ୍ରମଣ ପାଖାପାଖି ୪ଲକ୍ଷ ମାମଲା ସାମ୍ନାକୁ ଆସିଛି । ଏପର୍ଯ୍ୟନ୍ତ ଏହା ସବୁଠାରୁ ଭୟଙ୍କର ମାସ ଥିଲା । ଏହି କାରଣରୁ ବିଭିନ୍ନ ରାଜ୍ୟରେ ଭିନ୍ନ ପ୍ରକାରର କଟକଣାକୁ ଅବଲମ୍ବନ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଳାୟର ତଥ୍ୟ ଅନୁସାରେ କୋଭିଡ-୧୯ରେ ମୋଟ ୧୭ ହଜାର ୪୦୦ରୁ କେବଳ ୩ଟି ରାଜ୍ୟରେ ୭୦ ପ୍ରତିଶତ ଘଟଣା ଘଟିଛି । ବୁଧବାର ସକାଳ ୮ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ କୁହାଯାଇଥିଲା ଯେ, ବିଗତ ୨୪ ଘଣ୍ଟ।। ମଧ୍ୟରେ ୧୮ ହଜାର ୬୫୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୫ ଲକ୍ଷ ୮୫ ହଜାର ୪୯୩ରେ ପହଞ୍ଚିଛି । ଅନ୍ୟପଟରେ କରୋନା ଭାଇରସରୁ ସୁସ୍ଥ ହେଉଥିବା ରୋଗୀଙ୍କ ପ୍ରତିଶତ ୬୦ରେ ପହଞ୍ଚିଛି । ମନ୍ତ୍ରାଳୟର ତଥ୍ୟର ବିଶ୍ଲେଷଣ ଅନୁସାରେ ଲଗାତାର ୫ମ ଦିନରେ କରୋନା ସଂକ୍ରମିତ ଲୋକଙ୍କର ସଂଖ୍ୟା ୧୯ ହଜାରରୁ ଅଧିକ । ଦେଶରେ ଜୁନ ମାସରେ ଭାଇରସରେ ୩ ଲକ୍ଷ ୯୪ ହଜାର ୯୫୮ ହୋଇଛି । ଏହା ମୋଟ ସଂକ୍ରମିତଙ୍କ ୬୮ ପ୍ରତିଶତ । ବୁଧବାର ସୁଦ୍ଧା ୩ ଲକ୍ଷ ୪୭ ହଜାର ୯୭୮ ଜଣ ସୁସ୍ଥ ହୋଇଥିବା ବେଳେ ୨ ଲକ୍ଷ ୨୦ ହଜାର ୧୧୪ ଜଣ ସକ୍ରମିତ ଅଛନ୍ତି । ଭାତରରେ ପ୍ରଥମ ବ୍ୟକ୍ତି ଜାନୁଆରୀ ୩୦ରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । କର୍ଣ୍ଣାଟକରେ ଗତ ମାର୍ଚ୍ଚ ୧୨ରେ ପ୍ରଥମ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.