ଛତିଶଗଡ଼: ଦନ୍ତେୱାଡ଼ାରେ ପ୍ରଶାସନ ନିକଟରେ ଆତ୍ମସମର୍ପଣ କଲେ ୧୮ ନକ୍ସଲ

0 73

ରାୟପୁର : ପଡ଼ୋଶୀ ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ଗତକାଲି ଏକକାଳୀନ ୧୮ ଜଣ ନକ୍ସଲ ପ୍ରଶସନ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଦନ୍ତେୱାଡା ଜିଲ୍ଲାପାଳ ଦୀପକ ସୋନୀ, ଆରକ୍ଷୀ ଅଧିକ୍ଷକ ଅଭିଷେକ ପଲ୍ଲବ ଓ ଡିଆଇଜି (ସିଆରପିଏଫ) ଡିଏନ ଲାଲଙ୍କ ଉପସ୍ଥିତିରେ ନକ୍ସଲମାନେ ଆତ୍ମସମର୍ପଣ କରିଥିବା ଜଣାଯାଇଛି । ଏହି ଅବସରରେ ଶ୍ରୀ ଲାଲ କହିଛନ୍ତି, ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଲୋକଙ୍କୁ ଆମେ କର୍ମସଂସ୍ଥାନ ଯୋଗାଇବୁ । ସେମାନଙ୍କୁ ପ୍ରଶାସନ ତରଫରୁ ତାଲିମ ଦିଆଯିବ ୟ ଟେଲର, ମିସ୍ତ୍ରୀ ଓ ଡ୍ରାଇଭ ଆଦି ପାଇଁ ତାଲିମ ଦିଆଯିବ । ଡ୍ରାଇଭିଂ ତାଲିମ ପରେ ତାଙ୍କୁ ଲାଇସେନ୍ସ ପ୍ରଦାନ ମଧ୍ୟ କରିବୁ । ବୁଧବାର ଆତ୍ମସମର୍ପଣ କରିଥିବା ୧୮ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ମଧ୍ୟରେ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି । ମହିଳା ଜଣକ ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିବା ପରେ କହିଛନ୍ତି, ସେ ସାଧାରଣ ଜୀବନ ବଞ୍ଚିବାକୁ ·ହୁଁଛନ୍ତି ଏବଂ ନିଜ ଅଂଚଳରେ ·ଲିଥିବା ବିକାଶ ମୂଳକ କାମରେ ଅଂଶଗ୍ରହଣ କରିବାକୁ କହିଛନ୍ତି । ସମସ୍ତ ନକ୍ସଲମାନେ ଭୈରମଗଡ଼ ଅଂଚଳରେ ସକ୍ରିୟ ଥିବା ମାଓବାଦୀ କମିଟି ଅଧିନରେ କାମ କରୁଥିଲେ ।ରେଳ ଧାରଣା କ୍ଷତିକରିବା, ମାଓ ପୋଷ୍ଟର ଲଗାଇବା, ନକ୍ସଲ ପ୍ର·ର କରିବା ଓ ଗ୍ରାମାଞ୍ଚଳରେ ରାସନ ପହଂ·ଇବା କାମ କରୁଥିଲେ ବୋଲି ଏସ୍ପି ଶ୍ରୀ ପଲ୍ଲବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତ ।

Leave A Reply

Your email address will not be published.