ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା କୋଟିଏ ୭୯ ଲକ୍ଷ

0 73

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ଦିନକୁ ଦିନ ଆହୁରି ଭୟଙ୍କର ରୂପ ନେଉଛି । ସମଗ୍ର ବିଶ୍ୱବାସୀଙ୍କୁ କଲବଲ କରୁଛି । ଗୁରୁବାର ସକାଳ ସାଢ଼େ ୬ଟା ମଧ୍ୟରେ ବିଶ୍ୱରେ ୧ କୋଟି ୭୯ ଲକ୍ଷ ୩ ହଜାର ୪୧୭ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୫ ଲକ୍ଷ ୧୮ ହଜାର ୪୬ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୫୯ ଲକ୍ଷ ୩୦ ହଜାର ୨୩୩ ଜଣ ସୁସ୍ଥ ହୋଇଥିବା ବେଳେ ୪୩ ଲକ୍ଷ ୪୫ ହଜାର ୧୩୮ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୫୭ ହଜାର ୯୬୮ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି । ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭାଇରସ ଅଧିକ କାୟା ବିସ୍ତାର କରିଛି । ଏଠାରେ ୨୭ ଲକ୍ଷ ୭୮ ହଜାର ୫୦୦ ଜଣ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୩୦ ହଜାର ୭୮୯ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୧୧ ଲକ୍ଷ ୫୯ ହଜାର ୯୨୨ ଜଣ ସୁସ୍ଥ ହୋଇଥିବା ବେଳେ ୧୪ ଲକ୍ଷ ୮୭ ହଜାର ୭୮୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୫ ହଜାର ୮୮୧ ଜଣ ଗୁରୁତର ଅଛନ୍ତି ।

Leave A Reply

Your email address will not be published.