ଚଳିତ ମାସ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା!

0 70

ନୂଆଦିଲ୍ଲୀ : କରୋନା ଭାଇରସରୁ ଲାଗାତାର ଭାରତୀୟମାନେ ସୁସ୍ଥ ହେଉଛନ୍ତି । କିନ୍ତୁ ଜୁଲାଇ ମାସରେ ଦେଶରେ କରୋନା ସଂକ୍ରମଣ ବିବା ଆଶଙ୍କା ଦେଖାଯାଉଛି । କାରଣ ପ୍ରତିଦିନ ଦେଶରେ ପଜିଟିଭ ସଂଖ୍ୟା ନୂଆ ନୂଆ ରେକର୍ଡ କରୁଛି । ଏବେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କର ହାର ୫୯.୪୩ ପ୍ରତିଶତ ହୋଇଯାଇଛି । ଅର୍ଥାତ ସକ୍ରିୟ ଆକ୍ରାନ୍ତଙ୍କ ତୁଳନାରେ ୧ ଲକ୍ଷ ୨୭ ହଜାର ୮୬୪ ଜଣ ରୋଗୀ ଅଧିକ ସୁସ୍ଥ ହୋଇସାରିଛନ୍ତି । କରୋନା ଭାଇରସରୁ ଦେଶରେ ମୋଟ ୩ ଲକ୍ଷ ୪୭ ହଜାର ୯୭୮ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ମାତ୍ର ଏବେବି ଦେଶରେ ୨ ଲକ୍ଷ ୨୦ ହଜାର ୧୧୪ ରୋଗୀ କରୋନା କବଳରେ ଅଛନ୍ତି । ଭାରତରେ ଟେଷ୍ଟିଂକୁ ଏବେ ଗୁରୁତ୍ୱ ଦିଆଯାଇଛି । ଦୈନିକ ହାରାହାରି ୨ ଲକ୍ଷରୁ ଅଧିକ ନମୁନା ପରୀକ୍ଷା ହେଉଛି । ମୋଟ ଏଯାଏଁ ୮୮ ଲକ୍ଷ ୨୬ ହଜାର ୫୮୫ ନମୁନା ପରୀକ୍ଷା କରାଯାଇଛି । ଏବେ ଭାରତରେ ୧୦୫୬ ପରୀକ୍ଷାଗାରରେ ନମୁନା ପରୀକ୍ଷା ହେଉଛି । ଏଥିରେ ୭୬୪ ସରକାରୀ ଓ ୨୯୨ ଘରୋଇ ପରୀକ୍ଷାଗାର ସାମିଲ ଅଛି ।

Leave A Reply

Your email address will not be published.