ପୂଜାଫୁଲ ନଦୀରେ ପକାଇବାକୁ ଯାଇ ଫେରିଲାନି ନାବାଳକ

0 88

ବାଲେଶ୍ୱର, ଡୁମାଣୀଖବର : ଠାକୁରଙ୍କ ବାସି ପୂଜାଫୁଲକୁ ପାଣିରେ ପକାଇବା ପାଇଁ ମା’ଙ୍କ ସାଙ୍ଗରେ ନଦୀକୁ ଯାଇଥିବା ନାବାଳକ ଆଉ ଘରକୁ ଫେରିଲେନି । ନଦୀରେ ଭାସୁଥିବା କୁନି ପୁଅର ଚପଲ ଦେଖି ଡାକ ପକାଇଲେ ମା’ । ଗାଁ ଲୋକ ଆସି ବହୁ ଖୋଜାଖୋଜି କଲେ । ହେଲେ ପୁଅ ମିଳିଲାନି । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ତୁରାଣୀପଦା ଗ୍ରାମରେ । ଗ୍ରାମର ପ୍ରଭାସ କୁମାର ସିଂଙ୍କ ୭ବର୍ଷର ପୁଅ ଶୁଭ୍ରଜିତ ଆଜି ମା’ଙ୍କ ସହିତ ଘରବାଡି ପାଖ ଦେଇ ଯାଇଥିବା ନଦୀକୁ ଯାଇଥିଲେ ଠାକୁର ପୂଜା ଫୁଲକୁ ନଈରେ ପକେଇବା ପାଇଁ । ଫୁଲ ପକାଇ ସାରି ମା’ ପାଖରେ ବନ୍ଧାହୋଇଥିବା ଗୋରୁଙ୍କ ନିକଟକୁ ଯାଇଥିଲେ । ହେଲେ ଗୋରୁବାନ୍ଧି ସାରିବା ପରେ ବାଡି ଭିତରେ ଶୁଭ୍ରଜିତ ଆଉ ଦେଖା ଦେଇନଥିଲେ । ·ରି ଆଡେ ଖୋଜାଖୋଜି କରିବା ପରେ ଦେଖିଲେ, ପୁଅର ଚପଲ ନଈ ଭିତରେ ଭାସୁଛି । ପାଟିକରି ମା’ ସ୍ଥାନୀୟ ଗ୍ରାମବାସୀଙ୍କୁ ଡାକିଥିଲେ । ସଙ୍ଗେ ସଙ୍ଗେ ଗ୍ରାମବାସୀ ପହଞ୍ଚି ନଦୀରେ ଖୋଜାଖୋଜି କରିଥିଲେ । ପରିବାର ଲୋକେ ଖଇରା ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହୀନି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନାବାଳକକୁ ଖୋଜାଖୋଜି କରିଥିଲେ । ସ୍ଥାନୀୟ ଯୁବକ ଏବଂ ଆଖପାଖ ଅଞ୍ଚଳର କିଛି ଲୋକ ମଧ୍ୟ ନଦୀ ଭିତରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ । ହେଲେ କେହି ନାବାଳକକୁ ପାଇନଥିଲେ ।

Leave A Reply

Your email address will not be published.