ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଆସନ୍ତା ୧୧ ତାରିଖ ଯାଏଁ ବନ୍ଦ

0 78

ଭୁବନେଶ୍ୱର : ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଆସନ୍ତା ୧୧ ତାରିଖ ଯାଏଁ ବନ୍ଦ ରହିବ । କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । ସମଗ୍ର ରାଜ୍ୟ ସହିତ ସମ୍ବଲପୁର ଜିଲ୍ଲାରେ ମଧ୍ୟ କରୋନା ଭାଇରସ ସଂକ୍ରମଣ ବଢ଼ିବାରେ ଲାଗିଥିବା ବେଳେ ଆଗାମୀ ଦିନରେ ଆହୁରି ବଢ଼ିବାର ଆଶଙ୍କା ଥିବାରୁ ଭିସୁଟକୁ ୧୧ ଦିନ ପାଇଁ ବନ୍ଦ କରାଯାଇଛି ।ଏଥି ସହିତ ଏହି ବନ୍ଦ ସମୟରେ କର୍ମଚାରୀ ମୁଖ୍ୟାଳୟ ନଛାଡ଼ନ୍ତୁ ବୋଲି ନିର୍ଦ୍ଦେଶ ହୋଇଛି । ନିୟମ ଉଲ୍ଲଂଘନ କରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଚେତାବନୀ ଦିଆଯାଇଛି । ମୁଖ୍ୟାଳୟ ବାହାରେ ଥିବା କର୍ମଚାରୀ ଫେରିଲେ ହୋମ କ୍ୱାରେଣ୍ଟାଇନରେ ରହିବେ । 

Leave A Reply

Your email address will not be published.