ମଟରର ଉପକାରୀତା

0 76

ବଡ଼ ମଟର ଟିକିଏ ବଡ଼ ବଡ଼ ହୁଏ । କଞ୍ଚା ସମୟରେ ଏହାର ଛୁଇଁକୁ ତରକାରୀ କରି ଖିଆଯାଏ । ଏହା ବଡ଼ ଉପାଦେୟ ଖାଦ୍ୟ । ଏଥିରୁ ସୁନ୍ଦର ହାଲୁଆ ମଧ୍ୟ ପ୍ରସ୍ତୁତ ହୁଏ ।
ମଟର ବାତକାରକ, ପିତ୍ତକାରକ, ଦାହନୀବାରକ, କଫହାରକ, ଋଷିକାରକ, ପୁଷ୍ଟିଜନକ, ଶୀତଳ, କଷା, ଆମଦୋଷ କରେ ।
ରୁଦ୍ଧିର ବିକାର ମଟର ଦୂର କରେ । କଫ ଦୂର କରେ । ମଳ ସଫା କରିଥାଏ । ଆଳୁ ସହିତ ମଟର ତରକାରି କରାଯାଏ । ମଟର ଖାଇବା ଦ୍ୱାରା ମା’ ମାନଙ୍କ ସ୍ତନରୁ ଅଧିକ କ୍ଷୀର ଝରିଥାଏ । ମଟର ଖାଇବା ଦ୍ୱାରା ରକ୍ତ ଓ ମାଂସ ବୃଦ୍ଧି ହୁଏ ।
ଅତ୍ୟଧିକ ଥଣ୍ଡା ଯୋଗୁଁ ଅଙ୍ଗୁଳି ସବୁ ଫୁଲିଯାଇଥିଲେ ମଟର ପାଣିକୁ ଫୁଟାଇ ସେକ ଦିଆଯାଏ । ଫୁଲିବା କମିଯାଏ । ମଟରରେ ବହୁ ପରିମାଣରେ ପ୍ରୋଟିନ୍ ଥାଏ । ୨୫୦ ଗ୍ରାମ ସବୁଜ ପତ୍ର ଯୁକ୍ତ ମଟରକୁ ଛେଚି କଞ୍ଚା ଖାଇଲେ ଉଚିତ୍ ମାତ୍ରାରେ ପ୍ରୋଟିନ୍ ମିଳିଥାଏ ।ପୋଦିନା ଏବଂ ଶୁଣ୍ଠିର କ୍ୱାଥ ପିଆଇବା ଉଚିତ୍

Leave A Reply

Your email address will not be published.