ପୋଦିନାର ଉପକାରୀତା

0 85


ଦେଖିବାକୁ ତୁଳସୀ ପତ୍ର ଭଳି । ଏହାର ପତ୍ରକୁ ଚୋଟଣି କରି ଖିଆଯାଏ ।
ପୋଦିନା ସୁଗନ୍ଧ, ଅଗ୍ନିଦୀପକ, ବଳକାରକ, କଫ, ବାୟୁ, ବାନ୍ତି ଓ ମୁଖର ଅରୁଚି ଦୂର କରିଥାଏ । ପୋଦିନା ପତ୍ର ସହିତ ଶୁଣ୍ଠି ଜୁଆଣି ବାଟି ପିଇଲେ ବାୟୁସୂଳ ରୋଗ ଯନ୍ତ୍ରଣାରୁ ଉପଶମ ମିଳେ ।
ପୋଦିନା ପତ୍ର, ଗୁଜୁରାତି, ବିଟଲୁଣ ଏହି ତିନୋଟିକୁ ବାଟି ୬ ମାସ ପର୍ଯ୍ୟନ୍ତ ଖାଇଲେ ଅଜୀର୍ଣ୍ଣ ନାଶ ହୁଏ । ପୋଦିନା ପତ୍ର ସଂଗରେ ଗୋଲମରିଚ ବାଟି ପିଇଲେ ସମସ୍ତ ପ୍ରକାର ଝାଡ଼ାରୁ ଉପଶମ ମିଳେ ।
ପୋଦିନା ପତ୍ର ସଙ୍ଗରେ ଦେଶୀ ହଳଦୀ ମିଶାଇ ଖାଇବାକୁ ଦେଲେ ଶିଶୁମାନଙ୍କର କୃମି, ଅଜୀର୍ଣ୍ଣ ପ୍ରଭୃତି ପେଟ ଯନ୍ତ୍ରଣାରୁ ଉପଶମ ମିଳେ ।
ପୋଦିନା ପତ୍ର ଓ ମହୁ ଏକସାଥିରେ ଚଟାଇବା ଫଳରେ ଅତିସାର ରୋଗ ଦୂର ହୋଇଥାଏ ।
ସର୍ଦ୍ଦି ଜ୍ୱର ଦୂର କରିବାକୁ ହେଲେ ପୋଦିନା ଏବଂ ଶୁଣ୍ଠିର କ୍ୱାଥ ପିଆଇବା ଉଚିତ୍

Leave A Reply

Your email address will not be published.