ସେଓର ଉପକାରୀତା

0 80

ସେଓ ଦେଖିବାକୁ ଯେତିକି ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେମିତି ଉପଯୋଗୀ । ସେଓ ପୂରାପୁରି ରସପୂର୍ଣ୍ଣ । ଏଣୁ ଏହାକୁ ଫଳ ମଧ୍ୟରେ ରାଜା ବୋଲି କୁହାଯାଏ ।
ଏଥିରେ ଭିଟାମିନ୍ ଏ, ବି, ସି ଏବଂ ଅଳ୍ପମାତ୍ରରେ ଏଫ୍ ମଧ୍ୟ ରହିଥାଏ । ସେଓରେ ବହୁ ପରିମାଣରେ ଗ୍ଲାକୋଜ୍ ଅଛି । ସେଓ ହୃଦୟ ପ୍ରତି ବହୁତ ହିତକାରୀ । ଏଣୁ ଡାକ୍ତରମାନେ ସେଓ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି ।
ସେଓରେ କ୍ଷାରାଂଶ ଥିବାରୁ ଦାନ୍ତ ପାଇଁ ବିଶେଷ ଲାଭକାରୀ ଅଟେ । ସେଓ କେବଳ ଶରୀରରେ ପୁଷ୍ଟିସାଧନରେ ସହାୟକ କରେନାହିଁ, ବରଂ ପେଟରେ ଥିବା ଅନ୍ତଃନଳୀକୁ ସଫା କରିଥାଏ ।
ଯଦି କୌଣସି ବ୍ୟକ୍ତି ଖାଲି ପେଟରେ ସେଓ ଖାଏ ତେବେ ତାହାକୁ କଦାପି କୋଷ୍ଠବଦ୍ଧତା ରୋଗ ହେବନାହିଁ । ଏହାବ୍ୟତୀତ ପେଟରୋଗ ଦେଖାଦେବ ନାହିଁ ।
ପେଟ ଭିତରେ ଯେତେସବୁ ଜୀବାଣୁ ଅଛନ୍ତି କେବଳ ସେଓ ହିଁ ଦୂର କରିଦେଇଥାଏ । ସମସ୍ତ ପ୍ରକାର ବାୟୁନଳୀକୁ ସଫା କରେ । ଫଳରେ ବାତ ରୋଗ ହୁଏ ନାହିଁ । ଶରୀରରେ ଶକ୍ତିପ୍ରଦାନ କରିବାରେ ଅନ୍ତଃସମୂହକୁ ସଫା କରିବାରେ ସେଓ ହିଁ ଅଙ୍ଗୁର ଅପେକ୍ଷା ବହୁତ ଉପଯୋଗୀ ଅଟେ । ଶରୀରରେ କୌଣସି ସ୍ଥାନରେ ରକ୍ତ ଜମାଟ ବାନ୍ଧିବାକୁ ସେଓ ଦିଏନାହିଁ ଏବଂ ଯୋଡ଼ ସ୍ଥାନମାନଙ୍କର ପୀଡ଼ାକୁ ଦୂର କରିଦେଇଥାଏ ।
ବହୁତ ଲୋକ ସେଓର ଚୋପା କାଟି ଖାଆନ୍ତି । ଏହା କରିବା ଠିକ୍ ନୁହେଁ । ସେଓ ଚୋପାର ଠିକ୍ ତଳେ ଭିଟାମିନ୍ ସି ଥାଏ ଯାହାକି ଦାନ୍ତ ପାଇଁ ବହୁତ ଉପକାରୀ । ଦାନ୍ତକୁ ସଫା କରିବା ସଂଗେ ସଂଗେ ଦାନ୍ତକୁ ମଜବୁତ କରିଥାଏ ।
ଭଲ ସେଓ ଶୋଇବା ପୂର୍ବରୁ ଖାଇଲେ ଉତ୍ତମ ନିଦ ହୋଇଥାଏ । ସେଓ ଖାଇସାରିଲା ପରେ କିଛି ଦୁଗ୍ଧ ପିଇବା ଉଚିତ୍ ।
ଗୋଟିଏ କଞ୍ଚାସେଓ ନେଇ ଭଲରୂପେ ପେଷିଦିଅ, ନିଅାଁ ଉପରେ ଉତ୍ତମ ରୂପେ ସେକିଦିଅ । ପୁଟୁଳି ଭିତରେ ରଖି ଆଖି ଉପରେ ସାମାନ୍ୟ ସେକିଦିଅ । ଆଖିପୀଡ଼ା ଭଲ ହୋଇଯିବ

Leave A Reply

Your email address will not be published.