ହୃଦରୋଗର ନିରାକରଣ କରିବ ଡାଳିମ୍ବ

0 80

ଡାଳିମ୍ବର ସବୁଠାରୁ ଲୋକପ୍ରୀୟ ନାମ ହେଉଛି ‘ଅନାର’ । ଏହି ନାମରେ ସମସ୍ତେ ଜାଣନ୍ତି ।
ବିଶେଷଜ୍ଞ ମାନେ କହିଛନ୍ତି ମିଠା ଡାଳିମ୍ବ ରସ ଶରୀରର ତିନି ପ୍ରକାର ଅଭାବକୁ ଦୁର କରିଥାଏ । ଓ ବୀର୍ଯ୍ୟ ବଢାଇବାରେ ସାହାର୍ଯ୍ୟ କରେ । ଏହା ପେଟ ମଧ୍ୟରେ ଥିବା ଅନ୍ତନାଡୀ ସଫା କରେ । ଯେଉମାନେ ହୃଦ୍ ରୋଗ ଭୋଗ କରୁଛନ୍ତି ସେମାନେ ନିୟମିତ ରୁପେ ଡାଳିମ୍ବ ଖାଇଲେ ବହୁ ଉପକାର ପାଇଥାନ୍ତି । ଜୀର୍ଣ୍ଣ ଶକ୍ତି ବଢାଇବାରେ ଡାଳିମ୍ବ ସାହାଯ୍ୟ କରେ । ଡାଳିମ୍ବ ଖାଇଲେ ଅଧିକ ପରିଶ୍ରା ହୁଏ । ଯେଉଁମାନଙ୍କର ଚର୍ମ ରୁକ୍ଷ ଓ କର୍କଷ ସେମାନେ ଡାଳିମ୍ବ ଖାଇବା ସଙ୍ଗେ ସଙ୍ଗେ ତାର ରସ ଚର୍ମରେ ଲଗାଇଲେ ତ୍ୱଚା ମୁଲାୟମ ହୋଇଥାଏ । ଡାଳିମ୍ବରେ ଲୌହ ଅଂଶ ରହୁଥିବାରୁ ଏହା ରକ୍ତବର୍ଦ୍ଧକ । ଯେଉମାନେ ଅର୍ଶ ରୋଗ ଭୋଗ କରୁଛନ୍ତି ସେମାନେ ଡାଳିମ୍ବ ଖାଇଲେ ରୋଗମୁକ୍ତ ହୋଇଥାନ୍ତି ।
ଶରୀରର ରକ୍ତହୀନତା ଡାଳିମ୍ବ ରସ ଦୁର କରେ । ଶୋଥ ରୋଗ ଦୁର କରେ । ଡାଳିମ୍ବ ଖାଇବା ଦ୍ୱାରା ଶରୀରର ମାସଂପେଶୀ ପୁଷ୍ଟ ହୁଏ । ଡାଳିମ୍ବ କଦାପି ଶରୀରରେ ଚର୍ବି ସୃଷ୍ଟି କରେନାହିଁ ।

Leave A Reply

Your email address will not be published.