ଆମେରିକା ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬୦ ହଜାର ନୂଆ ଆକ୍ରାନ୍ତ ରୋଗୀ ଚିହ୍ନଟ

0 74

ନ୍ୟୁୟର୍କ : ସାରା ବିଶ୍ୱରେ ଦିନକୁ ଦିନ ବଢୁଥିବା ମହାମାରୀ କରୋନା କାରଣରୁ ବିଶ୍ୱର ବର୍ତ୍ତମାନ ପ୍ରତିଦିନ ପ୍ରାୟ ଦୁଇ ଲକ୍ଷ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହେଉଛନ୍ତି । ଆମେରିକାରେ ବର୍ତ୍ତମାନ ପୁଣି ଥରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୬୦ ହଜାରରୁ ଅଧିକ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି, ଯାହା ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା କରୋନା ମାମଲା ଗୋଟିଏ ଦିନରେ ସର୍ବାଧିକ ରେକର୍ଡ । ଜନ ହପକିନ୍ସ ବିଶ୍ୱବିଦ୍ୟାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ମୋଟ ୬୦୨୦୯ଟି ନୂଆ ମାମଲା ଘଟିଛି । ଏହା ବ୍ୟତୀତ ୧,୧୧୪ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଆମେରିକାରେ କରୋନା ଜୀବାଣୁ ଯୋଗୁଁ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୧.୩୧ ଲକ୍ଷରୁ ଅଧିକ ହୋଇଥିବା କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩୧ ଲକ୍ଷ ପାଖାପାଖି ପହଞ୍ଚିଛି । ଏଠାରେ ସୂଚନାଯୋଗ୍ୟ ଯେ, ଗତ ଏକ ସପ୍ତାହରେ, ଆମେରିକାରେ କରୋନା ଭାଇରସ ମାମଲା ବୃଦ୍ଧିରେ ଏକ ଜବରଦସ୍ତ ଜମ୍ପ ହୋଇଛି ଏବଂ ପ୍ରତିଦିନ ହାରାହାରି ୫୦ ହଜାର ନୂଆ ମାମଲା ସାମ୍ନାକୁ ଆସୁଛି ଏଭଳି ରେକର୍ଡ ମାମଲା ବୃଦ୍ଧି ହେବାର କାରଣ ହେଉଛି ଯେ, ବର୍ତ୍ତମାନ ଆମେରିକାରେ ପ୍ରାୟ ସବୁକିଛି ଖୋଲା ଯାଇଛି ଏବଂ ଲୋକମାନେ କୌଣସି ପ୍ରତିବନ୍ଧକ ବିନା ପୁନର୍ବାର ଚଳପ୍ରଚଳ କରୁଛନ୍ତି ।

Leave A Reply

Your email address will not be published.