ପୁଲୱାମାରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ

0 66

ଶ୍ରୀନଗର : ଆଜି ସକାଳୁ ଜାମ୍ମୁ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଏବଂ ଭାରତୀୟ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏହି ସମୟରେ ଭାରତୀୟ ସୁରକ୍ଷାବାହିନୀର ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ନେଇ ସୂଚନା ମିଳିଛି । ସର୍ବଶେଷ ସୂଚନା ଅନୁଯାୟୀ କାଶ୍ମୀର ଜୋନ୍ ପୋଲିସ କହିଛି ଯେ ପୁଲୱାମାର ଗୋସୁ ଅଞ୍ଚଳରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଛି । ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । କାଶ୍ମୀର ଜୋନ୍ ପୋଲିସର ସୂଚନାନୁସାରେ, ପୋଲିସ ଏବଂ ସୁରକ୍ଷା ବାହିନୀ ଏହି ଅପରେସନ ଜାରି ରଖିଛନ୍ତି । ଏହାପୂର୍ବରୁ ଜାମ୍ମୁ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ଉପରେ ଆଇଡି ଆକ୍ରମଣ କରିଥିଲେ ଯେଉଁଥିରେ ଜଣେ ଯବାନ ଆହତ ହୋଇଥିଲେ ।

Leave A Reply

Your email address will not be published.