ପୁଣି କରୋନା ନେଲା ୬ ଜୀବନ, ରାଜ୍ୟରେ ମୃତ୍ୟୁସଂଖ୍ୟା ୪୮ ଛୁଇଁଲା

0 71

ଭୁବନେଶ୍ୱର : ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ରାଜ୍ୟରେ ଆଉ ୬ ଟି ମୁଣ୍ଡ ନେଲା ମହାମାରୀ କରୋନା ଭାଇରସ । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪୮ ଛୁଇଁଲା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ମୁତାବକ,ଆଜି କରୋନାରେ ମୃତ୍ୟୁ ଘଟିଥିବା ୬ ଜଣ ମୃତକଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମ ଜିଲ୍ଲାର ଓ ଅନ୍ୟ ଜଣେ ରାୟଗଡ଼ା ଜିଲ୍ଲାର, ଜଣେ ଭୁବନେଶ୍ୱ୍ରର ଓ ଜଣେ କେନ୍ଦ୍ରାପଡ଼ା ଜିଲ୍ଲାର । ତେବେ ପ୍ରଥମ ମୃତକ ଜଣକ ରାୟଗଡ଼ା ଜିଲ୍ଲାର ୮୦ ବର୍ଷୀୟ ବ୍ୟକ୍ତିି । ସେ ଅନ୍ୟାନ୍ୟ ଗମ୍ଭୀର ରୋଗରେ ପୀଡ଼ିତ ଥିଲେ । ଅନ୍ୟଜଣେ ଗଞ୍ଜାମ ଜିଲ୍ଲାର ୫୬ ବର୍ଷୀୟ ବ୍ୟକ୍ତିି । ତୃତୀୟ ମୃତକ ଜଣକ ୪୯ ବର୍ଷୀୟ ବ୍ୟକ୍ତି । ସେ ଡାଇବେଟିସ ରେ ପୀଡ଼ିତ ଥିଲେ । ୪ର୍ଥ ମୃତକ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରର ୫୫ ବର୍ଷୀୟ ବ୍ୟକ୍ତି , ପଞ୍ଚମ ମୃତକ ଗଞ୍ଜାମ ଜିଲ୍ଲାର ୬୪ ବର୍ଷୀୟ ବ୍ୟକ୍ତିି । ସେ ମଧ୍ୟ ଡାଇବେଟିସରେ ପୀଡ଼ିତ ଥିଲେ । ଷଷ୍ଠ ମୃତକ ଜଣକ ପଞ୍ଚମ ମୃତକ ଗଞ୍ଜାମ ଜିଲ୍ଲାର ୫୦ ବର୍ଷୀୟ ମହିଳା । ସେ ମଧ୍ୟ ଡାଇବେଟିସ ରେ ପୀଡ଼ିତ ଥିଲେ । କିଛି ଦିନ ତଳେ ଏହି ୬ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କରୋନା ମହାମାରୀରେ ସଂକ୍ରମଣ ହୋଇ ଏହି ୬ଜଣ ବ୍ୟକ୍ତି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

Leave A Reply

Your email address will not be published.