ପୁଣି ୫୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

0 78

ଭୁବନେଶ୍ୱର :  ରାଜ୍ୟରେ ପୁଣି ୫୦୦ ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୩ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୫୨୭ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୩୩୮ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ବେଳେ ୧୮୯ଟି ଲୋକାଲ୍‌ କେସ୍‌ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଖୋର୍ଦ୍ଧାରୁ ୫୦, ଯାଜପୁରରୁ ୨୫, ମୟୂରଭଞ୍ଜ ଜିଲ୍ଲାରୁ ୧୦, କେନ୍ଦୁଝରରୁ ୭, କୋରାପୁଟରୁ ୬, କେନ୍ଦ୍ରାପଡ଼ାରୁ ୫, ଝାରସୁଗୁଡ଼ା, ନୂଆପଡ଼ା, ଜଗତସିଂହପୁର ଜିଲ୍ଲାରୁ ୪ ଜଣ ଲେଖା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ବାଲେଶ୍ୱରରୁ ୨୬, ବଲାଙ୍ଗିର ଜିଲ୍ଲାରୁ ୨୧, ନୟାଗଡ଼ରୁ ୧୮, କଟକ ଜିଲ୍ଲାରୁ ୧୭, ପୁରୀରୁ ୧୬, ମାଲକାନଗିରି, ଗଜପତି, ନବରଙ୍ଗପୁରରୁ ୩, ଭଦ୍ରକରୁ ୨, ଅନୁଗୁଳ, ବରଗଡ଼, ଢେଙ୍କାନାଳ, ରାୟଗଡ଼ା ଜିଲ୍ଲାରୁ  ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪ରେ ପହଞ୍ଚିଛି। ସେଥିମଧ୍ୟରୁ ୬୭୦୩ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଆକ୍ଟିଭ କେସ୍‌ ହେଉଛି ୬୭୦୩।

Leave A Reply

Your email address will not be published.