ଗଛ ଲଗାନ୍ତୁ ପରିବେଶକୁ ସୁସ୍ଥ ରଖନ୍ତୁ

0 73

ପ୍ରକୃତିକୁ ସୁସ୍ଥ, ଶାନ୍ତ ଓ ସୁନ୍ଦର ଗଢ଼ିତୋଳିବାରେ ବୃକ୍ଷର ଅବଦାନ ଅତୁଳନୀୟ । ଖାସ୍ ଏଇଥିପାଇଁ ପ୍ରତିବର୍ଷ ଜୁଲାଇ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ବୃକ୍ଷରୋପଣ ସପ୍ତାହ ପାଳନ କରାଯାଇଥାଏ । ମଙ୍ଗଳବାର ଥିଲା ବୃକ୍ଷରୋପଣ ସପ୍ତାହର ଅନ୍ତିମ ଦିବସ । ଏହି ଉପଲକ୍ଷେ ଦୈନିକ ଖବରକାଗଜ ‘ଡୁମାଣି ଖବର’ ପରିବାର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବିଶିଷ୍ଟ ସମାଜସେବୀ ତଥା ‘ଡୁମାଣି ଖବର’ର ସଂପାଦକ ଅକ୍ଷୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଡୁମାଣି ପରିବାରର ସଦସ୍ୟମାନେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ବିଭିନ୍ନ ସ୍ଥାନରେ ବିଭିନ୍ନ କିସମର ଚାରା ରୋପଣ କରାଯିବା ସହ ସଂପାଦକ ଶ୍ରୀ ପଟ୍ଟନାୟକ ବୃକ୍ଷରୋପଣର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ‘ବୃକ୍ଷ ହିଁ ଜୀବନ’ । ବୃକ୍ଷ ବଞ୍ôଚଲେ ସମାଜ ବଞ୍ôଚବ । ଏହି ବାର୍ତ୍ତା ପ୍ରତି ଘରେ ଘରେ ପହଞ୍ôଚବା ଦରକାର । ବର୍ତ୍ତମାନ ବିଭିନ୍ନ ଆଳରେ ଲୋକମାନେ ଜଙ୍ଗଲକୁ ଅବାଧରେ ନଷ୍ଟ କରିଚାଲିଛନ୍ତି । ଏହାର କୁପ୍ରଭାବ ପରିବେଶ ତଥା ସମାଜ ଉପରେ ପଡ଼ୁଛି । ଯଦ୍ୱାରା କି ଅସମୟରେ ବର୍ଷା, ଅଦିନରେ ବଜ୍ରାଘାତ, ଅସହ୍ୟ ଗରମ ଓ ଗୁଳୁଗୁଳି ତଥା ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ୁଛି । ଏହାଦ୍ୱାରା ଧନଜୀବନ ମଧ୍ୟ ନଷ୍ଟ ହେଉଛି । ତେଣୁ ଯଦି ସମସ୍ତେ ସଚେତନ ହୋଇ ଗୋଟିଏ ଲେଖାଏଁ ଚାରା ରୋପଣ କରି ତାହାର ଯତ୍ନ ନେବେ ତେବେ ନିଶ୍ଚିତ ଭାବେ ଏହାର ସୁଫଳ ସମସ୍ତେ ପାଇପାରିବେ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.