ପୁଣି ଛଅ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ

0 69

ଭୁବନେଶ୍ୱର : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ଛଅ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତ୍ୟୁବରଣ କରିଥିବା ଛଅ ଜଣଙ୍କ ମଧ୍ୟରୁ ପାଂଚ ଜଣ ପୁରୁଷ ଓ ଜଣେ ମହିଳା । ସେମାନଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଖୋର୍ଧା, ରାୟଗଡା ଓ କେନ୍ଦ୍ରାପଡାର ଜଣେ ଜଣେ ରହିଥିବା ସୂଚନା ଦିଆ ଯାଇଛି ।
ରାୟଗଡା ଜିଲ୍ଲାର ଜଣେ ୮୦ ବର୍ଷୀୟ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି । ସେ କ୍ରନିକ ଅବଷ୍ଟ୍ରକ୍ରିଭ ପୁଲମନରି ଡିଜିଜରେ ପୀଡିତ ଥିଲେ । କେନ୍ଦ୍ରାପଡା ଜିଲ୍ଲାର ଜଣେ ୪୯ ବର୍ଷୀୟ କରୋନା ଆକ୍ରାନ୍ତ ମଧ୍ୟ ପ୍ରାଣ ହରାଇଛନ୍ତି । ସେ ଡାଇବେଟିସରେ ପୀଡିତ ଥିଲେ । ସେହିପରି ଭୁବନେଶ୍ୱରର ୫୫ ବର୍ଷୀୟ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ନେଇ ସୂଚନା ଦିଆ ଯାଇଛି ।
ଗଂଜାମ ଜିଲ୍ଲାର ୫୬ ବର୍ଷୀୟ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ଜିଲ୍ଲାର ଡାଇବେଟିସରେ ପୀଡିତ ଜଣେ ୫୬ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଗଂଜାମ ଜିଲ୍ଲାରେ ଡାଇବେଟିସରେ ପୀଡିତ ଜଣେ ୫୦ ବର୍ଷୀୟା ମହିଳା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.