ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ

0 72

କାନପୁର: ଉତ୍ତର ପ୍ରଦେଶର କାନପୁର ଶୁଟ ଆଉଟ ଘଟଣାର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଆଜି ପୁଲିସ୍ ମଧ୍ୟପ୍ରଦେଶର ଉଜୈନରୁ ଗିରଫ କରାଯାଇଛି । ସେ ଶୁକ୍ରବାର ଠାରୁ ପୁଲିସ୍କୁ ଚକମା ଦେଇ ଫେରାର ଥିଲା । ଉଜୈନର ମହାକାଳ ମନ୍ଦିରରୁ ବିକାଶ ଦୁବେ ଗିରଫ ହେବା ପୂର୍ବରୁ ହାଇଡ୍ରାମା ଦେଖିବାକୁ ମିଳିଥିଲା । ବିକାଶ ଦୁବେ ସକାଳ ୮ଟାରେ ମନ୍ଦିର ନିକଟରେ ପହଞ୍ଚିଥିଲା । ସେ ମନ୍ଦିରକୁ ଯିବା ବେଳେ ତାକୁ ମନ୍ଦିରର ସିକ୍ୟୁରିଟି ଗାର୍ଡ ଚିହ୍ନଟ କରିଥିଲେ । ଏହାପରେ ସେ ପୁଲିସ୍କୁ ଖବର ଦେଇଥିଲେ । ପୁଲିସ୍ ତୁରନ୍ତ ଭ୍ୟାନ ଧରି ସେଠାରେ ପହଞ୍ଚଥିଲା । ପୂରା ମନ୍ଦିରକୁ ଘେରାଉ କରି ୧୦ରୁ ୧୨ ଜଣ ପୁଲିସ୍ କର୍ମ·ରୀ ମନ୍ଦିର ଭିତରକୁ ଯାଇ ତା’କୁ ଗିରଫ କରିଥିଲେ । ଏହି ସମୟରେ ବିକାଶ ଦୁବେ ବେଶ ଚମକ୍ରାର ଢଙ୍ଗରେ କହିଥିଲା ଯେ “ମୁଁ ବିକାଶ ଦୁବେ’ କାନପୁର ୱାଲା । ସେ ଦୁଇ ଥର ଚିକ୍ରାର କରି ଏଭଳି କଥା କହିଥିଲା । ବିକାଶ ଦୁବେ ମହାକାଳ ମନ୍ଦିରକୁ ଯିବା ବେଳେ ତା’ ଉପରେ ସିକ୍ୟୁରିଟି ଗାର୍ଡଙ୍କ ନଜର ପଡ଼ିଥିଲା । ଏହାପରେ ପୁଲିସ୍ ତୁରନ୍ତ ସେଠାରେ ପହଞ୍ଚି, ତା’କୁ କାବୁ କରିଥିଲେ । ସେ ମଧ୍ୟ ତା’ ପରିଚୟ ସାର୍ବଜନୀନ କରିଛି । ତା’ ଗିରଫଦାରୀ ବାବଦରେ ଉତ୍ତର ପ୍ରଦେଶ ପୁଲିସ୍କୁ ଖବର ଦିଆଯାଇଛି । ତା’କୁ ଆଜି ସନ୍ଧ୍ୟା ସୁଦ୍ଧା କାନପୁର ପଠାଯିବ ବୋଲି ସେ କହିଛନ୍ତି । ଜୁନ୍ ୩ରେ ପୁଲିସ୍ କର୍ମ·ରୀମାନେ ତା’କୁ ଧରିବାକୁ ଯିବା ବେଳେ ବିକାଶ ଓ ତା’ର ସହଯୋଗୀମାନେ ଗୁଳି କରିଥିଲେ । ଏଥିରେ ୮ ଜଣ ପୁଲିସ୍ ସହିଦ ହୋଇଥିଲେ । ସେବେଠାରୁ ତା’କୁ ଧରିବା ପାଇଁ ୨୦ଟି ଟିମ ଗଠନ କରାଯାଇଥିଲାୟ ପ୍ରଥମେ ସେ ଫରିଦାବାଦରେ ଥିବା ଜଣାପଡ଼ିଥିଲାୟ ତେବେ ସେଠାରୁ ସେ ଖସି ଯିବାକୁ ସକ୍ଷମ ହୋଇଥିଲା । ଏହାପରେ ସନ୍ଧ୍ୟାବେଳେ ପୁଣି ନୋଏଡା ସେକ୍ଟର ୭୧ରେ ସେ ବୁଲୁଥିବା ଖବର ମିଳିଥିଲା । ହେଲେ ରାତ୍ରୀକାଳୀନ କର୍ଫ୍ୟୁ ସତ୍ତେ୍ୱ ସେ ନୋଏଡାରୁ ମଧ୍ୟପ୍ରଦେଶର ଉଜୈନ ଯିବାକୁ ସକ୍ଷମ ହୋଇଥିଲା ।

Leave A Reply

Your email address will not be published.