କୋଏଲ ମଲ୍ଲିକଙ୍କ ପୂରା ପରିବାର କରୋନାରେ ସଂକ୍ରମିତ

0 68

ବେଙ୍ଗଲୀ ଫିଲ୍ମର ପ୍ରଖ୍ୟାତ ଅଭିନେତା ରଞ୍ଜିତ୍ ମଲ୍ଲିକ, ତାଙ୍କ ଝିଅ ତଥା ଅଭିନେତ୍ରୀ କୋୟଲ୍ ମଲ୍ଲିକ ତଥା ସଂପୂର୍ଣ୍ଣ ପରିବାର କରୋନା ପିଜିଟିଭ୍ ଥିବା ସୂଚନା ମିଳିଛି । କୋଏଲ୍ ନିଜେ ଟ୍ୱିଟ୍ କରି ଏହା ଜଣାଇଛନ୍ତି । କୋଏଲ୍ କରିଥିବା ଟ୍ୱିଟ୍ରେ ଦର୍ଶାଇଛନ୍ତି କି ତାଙ୍କ ପରିବାରରେ ପିତା-ମାତା, ତାଙ୍କ ସ୍ୱାମୀ ନିଶପାଲ୍ ସିଂଙ୍କୁ କରୋନା ସଂକ୍ରମିତ ହୋଇଛି । ରଞ୍ଜିତ, କୋୟଲ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଗତ ସପ୍ତାହରେ କରୋନା ଲକ୍ଷଣ ଥିବା ଜାଣିବାକୁ ମିଳିଥିଲା । ସେମାନେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ତେବେ ଅଧିକ ବିଳମ୍ବ ନକରି ସଂପୂର୍ଣ୍ଣ ପରିବାର ନିଜର ରକ୍ତ ସାମ୍ପୁଲ୍ ଲାବୋରୋଟୋରୀକୁ ଦେଇଥିଲେ ଓ ଶୁକ୍ରବାର ସେମାନଙ୍କ ସାମ୍ପୁଲ୍ରେ କରୋନା ଲକ୍ଷଣ ଥିବା ଜଣାପଡ଼ିଥିଲା ।

Leave A Reply

Your email address will not be published.