ବାହାର ଫରେନ୍ତାକୁ ନେଇ ବଢୁଛି ଚିନ୍ତା

0 76

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି । ପ୍ରବାସୀ ଓଡ଼ିଆ ଏବଂ ଜିଲା ଫେରନ୍ତାଙ୍କୁ ବିଏମ୍ସି ନିୟନ୍ତ୍ରଣ କରିବାରେ ବିଫଳ ହେବାରୁ ରାଜଧାନୀରେ ସଂକ୍ରମଣ ବଢ଼ୁଛି । ତେବେ ଫେରନ୍ତାଙ୍କ ପାଇଁ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ବିଏମ୍ସି ଅ ଳରେ କୋଭିଡ୍ ମୁକାବିଲା ପାଇଁ ନିଯୁକ୍ତ ବରିଷ୍ଠ ପର୍ଯ୍ୟବେକ୍ଷିକା ଆଇଏଏସ୍ ଅଧିକାରୀ ଅନୁ ଗର୍ଗ କହିଛନ୍ତି । ଶନିବାର ସାମ୍ବାଦିକ ସମ୍ମିଳନୀରେ ପ୍ରଶାସିକା ଗର୍ଗ କହିଛନ୍ତି, ହସ୍ପିଟାଲ ଏବଂ ହଟ୍ସ୍ପଟ୍ ଜିଲା ଫେରନ୍ତାଙ୍କ ଯୋଗୁ ସଂକ୍ରମଣ ବଢ଼ୁଛି । କୋଭିଡ୍ ମୁକାବିଲା ପାଇଁ ବିଏମ୍ସି ଅ ଳରେ ଦୈନିକ ପାଖାପାଖି ୧୦୦୦ ପରୀକ୍ଷା କରାଯାଉଛି । ବିଭିନ୍ନ ସଚେତକ ଦଳ ଗଠନ କରିବା ସହିତ କ ।କ୍ଟ ଟ୍ରେସିଂକୁ ଗୁରୁତ୍ୱ ଦିଆଯାଉଥିବା ସେ ସୂଚନା ଦେଇଛନ୍ତି ।
ଜୁଲାଇ ପ୍ରଥମରୁ ୧୦ ତାରିଖ ଯାଏ ରାଜଧାନୀରୁ ୩୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ହସ୍ପିଟାଲରୁ ୬୧ , ସ୍ଥାନୀୟ ସଂକ୍ରମିତ ୩୭ ଏବଂ ଭ୍ରମଣ ତଥ୍ୟ / କ ।କ୍ଟ ଟ୍ରେସିଂରୁ ଚିହ୍ନଟ ଆକ୍ରାନ୍ତ ୨୧୨ ଜଣ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଏମ୍ସି କମିସନର ପ୍ରେମ୍ ଚନ୍ଦ୍ର ଚୌଧାରୀ କହିଛନ୍ତି ।
ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଓୟୁଏଟି ସ୍ଥିତ ଲକ୍ଷ୍ମୀବଜାର ବସ୍ତିକୁ ବିଏମ୍ସି ଗତ ୨୭ ତାରିଖରେ ଆବଦ୍ଧା ଳ ଘୋଷଣା କରିଥିଲା । ଉକ୍ତ ବସ୍ତିରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୧୪ ରାଉଣ୍ଡର ଆକ୍ଟିଭ୍ ସର୍ଭେଲାନ୍ସ ପରେ ୧୦୮ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ସମସ୍ତଙ୍କ ନେଗେଟିଭ୍ ଆସିବାରୁ ୧୫ ଦିନ ପରେ ଏହାକୁ ଆବଦ୍ଧା ଳ ମୁକ୍ତ ଘୋଷଣା କରାଯାଇଛି ବୋଲି କମିସନର କହିଛନ୍ତି ।
ମେ ଶ୍ୱରସ୍ଥିତ ବ୍ଲୁ ହୁଇଲ ହସ୍ପିଟାଲରୁ ମୋଟ ୪୩ ଜଣ କରୋନା ପଜିଟିଭ୍ ବାହାରିଥିବା ବିଏମ୍ସି କମିସନର କହିଛନ୍ତି । ଏମାନଙ୍କ ମଧ୍ୟରୁ ୪୧ଜଣ ସୁସ୍ଥ ହୋଇଥିବାବେଳେ ଦୁଇଜଣ ମୃତ୍ୟୁବରଣ କରିଛନ୍ତି । କ ।କ୍ଟ ଟ୍ରେସିଂରେ ଉକ୍ତ ହସ୍ପିଟାଲର ୨୫୦ କର୍ମଚାରୀଙ୍କ ନମୁନା ପରୀକ୍ଷା କରାଯାଇଥିବାବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ସେ ସୂଚନା ଦେଇଛନ୍ତି ।
ମେ ଶ୍ୱରସ୍ଥିତ ଏକ କାରଖାନାରୁ ୩୮ ଜଣ ଶ୍ରମିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାର ଅନ୍ୟ ୮୭ଜଣ ଶ୍ରମିକଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବାବେଳେ ୩୮ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା କମିସନର ସୂଚନା ଦେଇଛନ୍ତି ।
କରୋନା ମୁକାବିଲାରେ ଲୋକମାନେ ଆଉ ସହଯୋଗ କରୁ ନାହାନ୍ତି । ବଜାର ହାଟରେ ସାମାଜିକ ଦୂରତା ରକ୍ଷା ନ କରି ଭିଡ଼ ଜମାଉଛନ୍ତି । କରୋନା ମୁକାବିଲା ଏକ ସାମୂହିକ ଦାୟିତ୍ୱ ବୋଲି କମିସନର କହିବା ସହିତ ଏଥିରେ ସହଯୋଗ କରିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.