ପୁଣି ୩୮ ଚିହ୍ନଟ, ଭୁବନେଶ୍ୱରରେ ସ୍ଥିତି ଅସମ୍ଭାଳ

0 78

ଭୁବନେଶ୍ୱର: ଭୁବନେଶ୍ୱର କରୋନା ଅ ।କ୍ରାନ୍ତଙ୍କୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଓ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ମେଳ ଖାଉନଥିବାରୁ ଲୋକଙ୍କ ଚିନ୍ତା ବଢିଛି । ଶନିବାର ବିଏମ୍ସି ଦ୍ୱାରା ଦିଆଯାଇଥିବା କରୋନା ତଥ୍ୟରେ ୩୮ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବିଏମସି କହୁଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ତାଲିକାରେ ପୂରା ଖୋର୍ଦ୍ଧା ଜିଲ୍ଲାରୁ ୩୭ ଅ ।କ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଉଲ୍ଲେଖ ରହିଛି । ତେବେ ଭୁବନେଶ୍ୱରରୁ ଚିହ୍ନଟ ୩୮ ପଜିଟିଭ୍ଙ୍କ ମଧ୍ୟରୁ ୨୬ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୨ଜଣ ସ୍ଥାନୀୟ ଲୋକ ଚିହ୍ନଟ ହୋଇଥିବା ବିଏମ୍ସି ପକ୍ଷରୁ ପ୍ରକାଶ ପାଇଛି । ଏନେଇ ବିଏମ୍ସି କମିଶନର ପ୍ରତିକ୍ରିୟା ରଖି କହିଛନ୍ତି, ଶୁକ୍ରବାର ଖୋର୍ଦ୍ଧା ଜିଲା ପ୍ରଶାସନକୁ ଜଣେ ଆକ୍ରାନ୍ତଙ୍କ ତଥ୍ୟଦେବାରେ ବିଳମ୍ବ ହୋଇଥିବା କାରଣରୁ ଏପରି ତ୍ରୁଟି ଦେଖାଦେଇଛି । ଏହାକୁ ସୁଧାରିବା ପାଇଁ ଜିଲା ପ୍ରଶାସନକୁ ଅବଗତ କରାଯାଇଛି । ଆଗାମୀ ଦିନରେ ବିଏମ୍ସି ଏନେଇ ସତର୍କତା ଅ୍ରବଲମ୍ବନ କରିବ ବୋଲି ଚୌଧାରୀ କହିଛନ୍ତି ।
ରାଜଧାନୀ ଭୁବନେଶ୍ୱରରେ ପୁଣି ୩୮ ଜଣ କରୋନା ଅ ।କ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶନିବାର ସକାଳ ୯ଟା ସୁଦ୍ଧା ଭୁବନେଶ୍ୱରରେ କୋଭିଡ୍-୧୯ ଅ ।କ୍ରାନ୍ତଙ୍କ ସଂଖ୍ୟା ୬୪୦ରେ ପହ ିଛି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅ ଳରେ ଏବେସୁଦ୍ଧା ଭୁବନେଶ୍ୱରରେ ସମୁଦାୟ ୩୧୪ ଜଣ ସୁସ୍ଥ ହୋଇ ସାରିଥିବା ଜଣାପଡ଼ିଛି । କରୋନା ଅ ।କ୍ରାନ୍ତଙ୍କ ମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ମଧ୍ୟ ୩୧୭ ଜଣ ସକ୍ରିୟ ଥିବା ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି ।
ଏହି ୩୮ ଜଣ ଅ ।କ୍ରାନ୍ତଙ୍କ ମଧ୍ୟରୁ ୨୬ ଜଣ କ୍ୱାରେ ।ଇନ୍ ସେ ରରୁ ଚିହ୍ନଟ ହୋଇଥିବା ବେଳେ ଅ ।ଉ ୧୨ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି । କ୍ୱାରେ ।ଇନରୁ ଚିହ୍ନଟ ଅ ।କ୍ରାନ୍ତଙ୍କ ମଧ୍ୟରୁ ଜଣେ ବରମୁଣ୍ଡାର ହୋଇଥିବା ବେଳ, ଜଣେ ଶାସ୍ତ୍ରୀନଗରରୁ ଚିହ୍ନଟ ହୋଇଛନ୍ତି । ସେହିପରି ବିଜେବି ନଗରରୁ ୩ ଜଣ, ଶେଳଶ୍ରୀ ବିହାରରୁ ଜଣେ, ଏକ ବେସରକାରୀ ହସ୍ପିଟାଲରେ କାଯର୍ୟରତ ଥିବା ୩ ମହିଳା, ଶିଖରଚଣ୍ଡୀ ବସ୍ତିରୁ ଜଣେ, ମେ ଶ୍ୱରରୁ ଜଣେ, କେଦାରଗେରୀ ବିହାରରୁ ଜଣେ, ଚନ୍ଦ୍ରଶେଖରପୁରରୁ ୨ ଜଣ ଓ ଜଣେ ସରକାରୀ ହସ୍ପିଟାଲର କର୍ମ·ରୀ ଅଛନ୍ତି । ଏମାନେ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବିଏମ୍ସି ସୂଚନା ଦେଇଛି ।
ସେହିପରି ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ଅ ।କ୍ରାନ୍ତଙ୍କ ମଧ୍ୟରୁ ଜଣେ ରସୁଲଗଡ଼ରୁ, ୪ ଜଣ କଳିଙ୍ଗ ବିହାରରୁ, ଜଣେ ପଳାଶୁଣିରୁ, ୨ଜଣ ନୂଅ ।ପଲ୍ଲୀରୁ, ଜଣେ ଅ ।·ଯର୍ୟ ବିହାରରୁ, ଜଣେ ପୋଖରୀପୁଟରୁ, ଜଣେ ଭୀମଟାଙ୍ଗୀରୁ, ୨ ଜଣ ଚନ୍ଦ୍ରଶେଖରପୁରରୁ, ୩ ଜଣ ଗଙ୍ଗାନଗରରୁ, ୩ ଜଣ ନିଳାଦ୍ରୀ ବିହାରରୁ ଅଛନ୍ତି । ଏହାବ୍ୟତୀତ ଅ ।କ୍ରାନ୍ତଙ୍କ ମଧ୍ୟରୁ ଅ ।ଜି ୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.