ଆଦିତ୍ୟ ମୃତ୍ୟୁ ଘଟଣା, ଜେରାରେ ସମ୍ମୁଖୀନ ହେବେ ପପୁ ଓ ବିକାଶ

0 77


ଭୁବନେଶ୍ୱର: ଭୁବନେଶ୍ୱରରେ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେଥିପାଇଁ ସସପେନ୍ସ ମଧ୍ୟ ବଢିବାରେ ଲାଗିଛି । ମୃତ୍ୟୁକୁ ନେଇ ଅନେକ ରହସ୍ୟ ଧିରେ ଧିରେ ଖୋଲୁଛି । ଏହି ମାମଲାର ତଦନ୍ତ ଏବେ ବି ଜାରି ରହିଛି । ମାନବପ୍ରେମୀ ଆଦିତ୍ୟ ଦାସଙ୍କ ଡାଏରୀରୁ ନୋଟ ମିଳିବା ପରେ ମୃତ୍ୟୁର କାରଣକୁ ନେଇ ପିପୁଲ୍ ଫର୍ ସେବା ଓ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ମୁହାଁମୁହିଁ ହୋଇଛନ୍ତି ।
ତାଙ୍କ କଲ୍ ଡିଟେଲ୍ ଯାଞ୍ଚ କରୁଛି ରେଳବାଇ ପୁଲିସ୍ । ଜୁନ୍ ୧ରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ଆଦ୍ୟତ୍ୟଙ୍କ କଲ୍ ଡିଟେଲ୍ ଯାଞ୍ଚ କରାଯାଉଛି । ସେପଟେ ଖୁବଶୀଘ୍ର ଥାନାରେ ହାଜର ହେବେ ଆଦିତ୍ୟଙ୍କ ଦୁଇ ସହଯୋଗୀ ତଥା ପିପୁଲ୍ ଫର୍ ସେବାର ସଦସ୍ୟ ପପୁ ଓ ବିକାଶ । ଏଥିପାଇଁ ସେମାନଙ୍କୁ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି । ସେବାଶ୍ରମର ଆର୍ଥିକ କାରବାରକୁ ନେଇ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି । ଆଦିତ୍ୟଙ୍କ ଦୁଇ ବନ୍ଧୁଙ୍କୁ ଏବେ ଜିଆରପି ପଚରାଉଚୁରା କରୁଛି । ଜୁନ୍ ମାସ ୧ ତାରିଖରୁ ଜୁଲାଇ ମାସ ୬ ତାରିଖ ପର୍ଯ୍ୟନ୍ତ ସେ କାହା ସହ ଯୋଗାଯୋଗ କରିଥିଲେ ଓ କଣ କଥା ହୋଇଛନ୍ତି ସେହି ବିଷୟରେ ଜାଞ୍ଚ କରାଯାଉଛି । ତେବେ ଏଥିରେ ପପୁ ଓ ବିକାଶଙ୍କ କିଛି ଭୂମିକା ରହିଛି ବୋଲି ଆଶଙ୍କା କରାଯାଉଛି । ଅର୍ଥକୁ ନେଇ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ପପୁଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଆଦିତ୍ୟଙ୍କର ସବୁଠାରୁ ନିକଟତର ବନ୍ଧୁ ବିକାଶ ଥିଲେ ଯିଏ କି ତାଙ୍କ ଗ୍ରୁପ୍ ର ମଧ୍ୟ ଜଣେ ସଦସ୍ୟ ଥିଲେ ।
ଆଦିଙ୍କ ମୃତ୍ୟୁ ପରେ ବିକାଶ ତାଙ୍କ ବୟାନରେ କହିଛନ୍ତି ଯେ, ଆଦିତ୍ୟ କୁଆଡ଼େ ବାହା ହୋଇ ଭୁଲ କରିଛନ୍ତି ବୋଲି ତାଙ୍କୁ କହିଥିଲେ । କିନ୍ତୁ ଆଦିତ୍ୟଙ୍କ ପତ୍ନୀ ଏହି ସବୁ କଥାକୁ ଖଣ୍ଡନ କରିଛନ୍ତି । ଏହି ସବୁ ମନ୍ତବ୍ୟ ପାଇଁ ଘଟଣାରେ ନୂଆ ନୂଆ ପରିସ୍ଥିତି ସୃଷ୍ଟି ହେଉଛି । ସେଥିପାଇଁ ଜିଆରପି ଏବେ ଏହି ମାମଲା ନେଇ ତନାଘନା ଚଲାଇଛି । ଜିଆରପିର ସୂଚନା ଅନୁସାରେ ଖୁବ ଶୀଘ୍ର ଏହି ମାମଲା ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ । ପିପୁଲ୍ ଫର୍ ସେବା ଅଭିଯୋଗ ଅନୁସାରେ ମାମଲା ରୁଜୁ କରାଯାଇଛି । ଏଥିପାଇଁ ପପୁ ଓ ବିକାଶଙ୍କୁ ହାଜର ହେବା ପାଇଁ ଜିଆରପି ନୋଟିସ୍ ଜାରି କରିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.