ଚିହ୍ନଟ ହେଲେ ୫୯୫ ଆକ୍ରାନ୍ତ; ୧୩ ହଜାର ଡେଇଁଲା ସଂଖ୍ୟା

0 67

ଭୁବନେଶ୍ୱର: ରାଜ୍ୟର ୨୧ ଜିଲ୍ଲାର ଚିହ୍ନଟ ହୋଇଛନ୍ତି ନୂଆ ୫୯୫ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୩୯୪ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ବେଳେ ୨୦୧ ହେଉଛି ଲୋକାଲ କେସ୍‌।  ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ବି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୯୭, ଖୋର୍ଦ୍ଧାରୁ ୭୬ , କୋରାପୁଟ ଜିଲ୍ଲାରୁ ୪୪, ମାଲକାନଗିରିରୁ ୩୬ ଗଜପତିରୁ ୨୦, ବାଲେଶ୍ୱର, ଭଦ୍ରକ ଜିଲ୍ଲାରୁ ୧୧ ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି।  ବରଗଡ଼ ଜିଲ୍ଲାରୁ ୩ ,   ବଲାଙ୍ଗିର ଜିଲ୍ଲାରୁ ୧, କଟକରୁ ୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହାବ୍ୟତୀତ ଜଗତସିଂହପୁରରୁ ୫,  କଳାହାଣ୍ଡି ଜିଲ୍ଲାରୁ ୪, କେନ୍ଦ୍ରାପଡ଼ାରୁ  ୨, କେନ୍ଦୁଝର ଜିଲ୍ଲାରୁ ୩,  ମୟୂରଭଞ୍ଜରୁ ୧୪, ନୟାଗଡ଼ ଜିଲ୍ଲାରୁ ୫, ପୁରୀରୁ ୧୦, ରାୟଗଡ଼ାରୁ ୨, ସମ୍ବଲପୁରରୁ ୨ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩, ୧୨୧ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୮୩୬୦ ଜଣ ସୁସ୍ଥ ହୋଇ ସାରିଲେଣି। ଏହାବ୍ୟତୀତ  ରାଜ୍ୟରେ ୪୬୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.