ଦୁଇ ହାର୍ଡକୋର ମାଓବାଦୀ ଙ୍କ ଆତ୍ମସମର୍ପଣ

0 71

ମାଲକାନଗିରି : ମାଲକାନଗିରି ପୋଲିସ ନିକଟରେ ୨ ହାର୍ଡକୋର ମାଓବାଦୀ ଙ୍କ ଆତ୍ମସମର୍ପଣ । ଜଣେ ମହିଳା ଲାକେ ପୁନେମ ଓ ଜଣେ ପୁରୁଷ କାନା ମାଡ଼ି । ଏମାନେ ଦୀର୍ଘଦିନ ଧରି ମାଓ ସଙ୍ଗଠନ ରେ ସାମିଲ ରହି ବହୁ ପ୍ରମୁଖ କାର୍ୟ୍ୟ ତୁଲାଉ ଥିଲା । କାନା ମାଡ଼ି ଏସିଏମ ଭାବେ କାର୍ୟ୍ୟ କରୁଥିବା ବେଳେ ତା ନାମରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ବେଳେ ଲାକେ ମାଓ ସଂଗଠନ ର ସଦସ୍ୟା ଭାବେ କାର୍ୟ୍ୟ କରୁଥିଲେ , ତାଙ୍କ ନାମରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଏମାନେ ଉଭୟ ବିଚ୍ଛିନ୍ନ ଅଞ୍ଚଳ ମାଓ ସଙ୍ଗଠନ ରେ କାର୍ୟ୍ୟ ରତ ଥିବା ବେଳେ ବିଚ୍ଛିନ୍ନ ଅଞ୍ଚଳ ସ୍ୱାଭିମାନ ଅଞ୍ଚଳରୂପେ ପରିଣତ ହେବା ପରେ ଅଞ୍ଚଳରେ ବିକାଶ କାର୍ୟ୍ୟ ଓ ପୋଲିସ ର କାର୍ୟ୍ୟକ୍ରମ ଦେଖି ଏମାନେ ମାଓ ସଂଗଠନ ଛାଡି ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମାଓ ସଙ୍ଗଠନ ରେ କାର୍ୟ୍ୟ କରୁଥିବା ବେଳେ ତେଲୁଗୁ କ୍ୟାଡ଼ର ମାନେ ଅନ୍ୟ ମାଓବାଦୀଙ୍କୁ ଶୋଷଣ କରୁଥିବା ମଧ୍ୟ ଏମେନେ ଅଭିଯୋଗ କରିଛନ୍ତି । ପୂର୍ବରୁ ଏମେନେ ସିଲାକୋଟା ଏନକାଉଣ୍ଟର, ଆରକୁ ବିଧାୟକ ହତ୍ୟାକାଣ୍ଡ ଭଳି ବଡ଼ ବଡ଼ ଘଟଣା ରେ ସାମିଲ ଥିଲେ । ଏହି ଦୁଇ ମାଓବାଦୀ ଙ୍କ ଆତ୍ମସମର୍ପଣ ମାଓ ସଙ୍ଗଠନ ପାଇଁ ଶକ୍ତ ଝଟକା ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ମାଓବାଦୀ ସଂଗଠନ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଲକାନଗିରି ଏସ୍ପି ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.