କପାଳଭାତି ପ୍ରାଣାୟମ୍

0 59

ପ୍ରସିଦ୍ଧ ଯୋଗଗୁରୁ ବାବା ରାମ ଦେବଙ୍କ ମତରେ ଆମେ ଯଦି ପ୍ରତିଦିନ କପାଳଭାତି ପ୍ରାଣାୟମ୍ କରିବା ତ ଆମେ ଅନେକ ରୋଗରୁ ମୁକ୍ତି ପାଇପାରିବା, ଯାହା କି ଆମେ କେବେ ବିଶ୍ୱାସ କରିପାରିବାନି । ଏହା ଶରୀରର ସଂପୂର୍ଣ୍ଣ ଆଭ୍ୟନ୍ତରୀଣ ବ୍ୟାୟାମ । ମସ୍ତିଷ୍କ, ଶରୀର ଓ ମୁଖମଣ୍ଡଳଳର ଓଜ , ତେଜ ଆଭା ତଥା ସୌନ୍ଦର୍ଯ୍ୟ ବଢ଼ାଇଥାଏ । ସମସ୍ତ ପ୍ରକାରର କଫ ରୋଗ, ଶ୍ୱାସ, ଏଲର୍ଜି ଓ ସାଇନସ୍ ଆଦି ରୋଗକୁ ସମୂଳେ ନଷ୍ଟ କରିଥାଏ । ହୃଦୟ, ଫୁସ୍ଫୁସ୍ ଓ ମସ୍ତିଷ୍କର ସମସ୍ତ ରୋଗକୁ ଦୂର କରେ । ମେଦବୃଦ୍ଧି, ମଧୁମେହ, ଗ୍ୟାସ୍ , କୋଷ୍ଠକାଠିନ୍ୟ, ଅମ୍ଳପିତ ଯକୃତ ତଥା ପୁରୁଷଙ୍କ ପ୍ରୋଷ୍ଟେଟ ଗ୍ରନ୍ଥି ସମ୍ବନ୍ଧୀୟ ସମସ୍ତ ରୋଗ ନିଶ୍ଚିତ ରୂପେ ଭଲ ହୁଏ । ମନ ସ୍ଥିର , ଶାନ୍ତ ହୋଇ ମନରୁ ନକରାତ୍ମକ ଚିନ୍ତା ଦୂର ହୁଏ । ଆଉ ମଧ୍ୟ ଡିପ୍ରେସନ ପରି ରୋଗରୁ ମୁକ୍ତିି ମିଳେ । ଏହା ଶରୀର ପାଇଁ ସଂଜିବନୀ ଭଳି କାମ କରେ । ଆସାଧ୍ୟ ରୋଗ ଯଥା କ୍ୟାନସର ପାଇଁ ଏହା ବିଶେଷ ଫଳପ୍ରଦ । ଏଥିପାଇଁ ସକାଳ ସନ୍ଧ୍ର୍ୟାରେ ୩୦ ମନିଟ୍ ଲେଖାଏଁ କରିବା ଉଚିତ୍ । ସିଧା ହୋଇ ଆସନରେ ବସି ନାଭି ମଣ୍ଡଳରେ ପ୍ରତି ସେକେଣ୍ଡରେ ଗୋଟିଏ ଲେଖା ଧକ୍କା ଦେଇ ଭିତରର ବାୟୁକୁ ବାହାରକୁ ଛାଡ଼ି ଦିଅନ୍ତୁ । ଫଳରେ ପେଟର ସଙ୍କୋଚନ ଓ ନାସିକାରେ ସାମାନ୍ୟ ଶବ୍ଦ ହୋଇଥାଏ । ଏହି ସମୟରେ ଆପେ ଆପେ ବାୟୁ ଭିତରକୁ ଯାଇଥାଏ ୟ ଏହାକୁ ଅତି କମ୍ରେ ଥରକୁ ୩ରୁ ୫ ମିନିଟ୍ ଅଭ୍ୟାସ କରି ପରେ ୧୫ ମିନିଟ୍ ପର୍ଯ୍ୟନ୍ତ ବଢ଼ାଇ ପାରିବେ ।

Leave A Reply

Your email address will not be published.