ଲ୍ୟାମ୍ପସ୍ରୁ ଚୋରି ଘଟଣାରେ ୨ ଗିରଫ

0 69

ରାଉରକେଲା : ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ହାତୀବାରି ଲ୍ୟାମ୍ପସରୁ ଚୋରି ଘଟଣାରେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨ଲକ୍ଷ ୬୪ ହଜାର ଟଙ୍କା ଜବତ କରିଛି । ଏହି ଘଟଣାରେ ଆଉ ଜଣେ ବ୍ୟକ୍ତି ଫେରାର ଥିବା ଜଣାପଡ଼ିଛି । ଗତ ଶୁକ୍ରବାର ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ଲ୍ୟାମ୍ପସ ଗେଟରେ ତାଲା ଭାଙ୍ଗି ଅଫିସ୍ ଭିତରକୁ ପଶିଥିଲେ । ଏହାପରେ ସେମାନେ ଆଲମିରା ତାଲା ଭାଙ୍ଗି ଲକରରେ ଥିବା ୨ ଲକ୍ଷ ୬୪ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଗତକାଲି ସକାଳେ ଲ୍ୟାମ୍ପସ଼ର ପରି·ଳନା ନିର୍ଦ୍ଦେଶକ ପ୍ରିୟଙ୍କା ସାହୁ ଆଲମିରା ଭଙ୍ଗା ଯାଇଥିବା ଦେଖି ବିଶ୍ରା ଥାନାକୁ ସୂଚନା ଦେଇଥିଲେ । ବିଶ୍ରା ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ଚୋରି ଘଟଣାର ତଦନ୍ତ କରିଥିଲା । ଏଥିସହ ସ୍ଥାନୀୟ ଅଞ୍ଚଳର ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଥିଲା । ଏହାପରେ ପୁଲିସ୍ ସେମାନଙ୍କୁ ଗିରଫ କରିଛି । ଏନେଇ ରାଉରକେଲା ଡିଏସ୍ପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.