ନୂଆ ପ୍ରଜାତିର ବେଙ୍ଗକୁ ଦେଖି ଲୋକେ ଭୟଭୀତ

0 82

ମଧ୍ୟପ୍ରଦେଶରେ ଏକ ଆଶ୍ଚର୍ଯ୍ୟ କଲାଭଳି ଭିଡିଓ ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାର ଏକ ପୋଖରୀରେ ଦୁର୍ଲ୍ଲଭ ପ୍ରଜାତିର ଶହ ଶହ ବେଙ୍ଗ ଦେଖିବାକୁ ମିଳିଛି । ଏଭଳି ହଳଦିଆ ରଙ୍ଗର ନୂଆ ବେଙ୍ଗକୁ ଦେଖି ଏଠିକାର କୃଷକମାନେ ନାନା ମତ ଦେଇଛନ୍ତି । ବର୍ଷା ହେବାରୁ ଏଭଳି ପ୍ରଜାତିର ବେଙ୍ଗ ଦେଖିବାକୁ ମିଳିଛି । ତେବେ ଏହି ପ୍ରଜାତିର ଏତେସଂଖ୍ୟକ ବେଙ୍ଗକୁ ଦେଖି ଲୋକେ ଭୟଭୀତ ହୋଇଛନ୍ତି । ଏପରି ବେଙ୍ଗ ଅଧିକ ବିଷାକ୍ତ ବୋଲି ସେମାନେ ମତ ଦେଇଛନ୍ତି ।

Leave A Reply

Your email address will not be published.