୨୩ ଜିଲ୍ଲାରୁ ୫୪୩ ପଜିଟିଭ ଚିହ୍ନଟ

0 65

ଭୁବନେଶ୍ୱର : ରାଜ୍ୟରେ ୨୩ ଜିଲ୍ଲାରୁ ନୂଆ ୫୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୫୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୮୯ ଜଣ ଲୋକାଲ୍‌ କେସ୍। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୮ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୮୭, ସୁନ୍ଦରଗଡ଼ ଜିଲ୍ଲାରୁ ୫୨, କଟକ ଜିଲ୍ଲାରୁ ୩୯ ଜଣ, ଗଜପତିରୁ ୨୯, ରାୟଗଡ଼ାରୁ ୨୪, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରୁ ୨୨ ଜଣ ଲେଖା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଜଗତସିଂହପୁର ଜିଲ୍ଲାରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାଗିରିରୁ ୧୧ , କେନ୍ଦ୍ରାପଡ଼ାରୁ ୧୦, ବାଲେଶ୍ୱର ଜିଲ୍ଲାରୁ ୮, ପୁରୀ, ବୌଦ୍ଧ ଜିଲ୍ଲାରୁ ୭ ଜଣ ଲେଖାଏ, ଝାରସୁଗୁଡ଼ାରୁ ୬, ବଲାଙ୍ଗିରରୁ ୫ ଓ ବରଗଡ଼ରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ, ଢେଙ୍କାନାଳ , ସମ୍ବଲପୁର ଜିଲ୍ଲାରୁ ୨ ଜଣ ଲେଖାଏ, ଅନୁଗୁଳ, ଭଦ୍ରକ ଜିଲ୍ଲା, ଯାଜପୁର, ନୟାଗଡ଼ରୁ  ଜଣେ ଲେଖାଏ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୨୮୦ରେ ପହଞ୍ଚିଥିବା ବେଳେ ୯୨୫୫ ଜଣ ସୁସ୍ଥ ହୋଇ ସାରିଲେଣି। ୪୯୨୯ ଜଣ ଚିକିତ୍ସାଧଇନ ଅଛନ୍ତି।

Leave A Reply

Your email address will not be published.